24.1 C
Bhubaneswar
Tuesday, December 3, 2024
Homeଓଡିଶାଅଜଣା ଗାଡ଼ି ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ, ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତା ୫ ଘଣ୍ଟା ଅବରୋଧ

ଅଜଣା ଗାଡ଼ି ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ, ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତା ୫ ଘଣ୍ଟା ଅବରୋଧ

ଦିଗପହଣ୍ଡ:  ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ଗୋକର୍ଣ୍ଣପୁର ଗ୍ରାମ ନିକଟରେ  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଦୁଇଜଣ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ଦୁଇ ମହିଳା କମଳ ବିନ୍ଧାଣି(୫୦) ଓ ଚିନାରୀ ବଙ୍ଗାଳି ପାତ୍ର (୬୦) ବୋଲି ଜଣାପଡିଛି । ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ୫ଘଣ୍ଟା ରାସ୍ତା ଅବରୋଧ କରିଥିଲେ । ତହସିଲ ପ୍ରଶାସନର ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ,  ଉଭୟ ମହିଳା ପ୍ରତିଦିନ ଭଳି ଆଜି ସ୍ନାନ ଓ ଶୌଚ ପାଇଁ ଗାଁ ନିକଟସ୍ଥ ଏକ ନାଳକୁ ଯାଉଥିଲେ । ସେହି ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ସେମାନେ ପ୍ରାଣ ହରାଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି । ଖବର ପ୍ରଚାରିତ ହେବା ପରେ ଗୋକର୍ଣ୍ଣପୁର ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ପ୍ରାୟ ୫ ଘଣ୍ଟା ଧରି ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାରେ ଟାୟାର ଜାଳି ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଉଭୟ ପାଶ୍ୱର୍ରେ ଶହ ଶହ ଯାନାବାହାନ ଅଟକି ରହିଥିଲା ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଦୂର୍ଘଟଣା ଘଟାଇଥିବା ଗାଡ଼ି ଚିହ୍ନଟ କରିବାକୁ ଲୋକେ ଦାବି କରିଥିଲେ । ଦିଗପହଣ୍ଡି ତହସିଲ୍‌ଦାର ଆଦିତ୍ୟ ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ôଚ ମୃତକଙ୍କ ପରିବାର ବର୍ଗଙ୍କୁ ରେଡ୍‌କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ସୁପ୍ରିମ୍‌କୋର୍ଟର ନିର୍ଦ୍ଦେଶାବଳୀ ପ୍ରକାରେ ଦୁଇଲକ୍ଷ ଟଙ୍କା କ୍ଷତିପୂରଣ ଦେବାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଲୋକେ ଶାନ୍ତ ପଡ଼ିବା ସହ ରାସ୍ତା ଅବରୋଧରୁ ହଟିଥିଲେ । ଦିଗପହଣ୍ଡି ପୁଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି । ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ଗୋକର୍ଣ୍ଣପୁର ସରପଞ୍ଚ ପ୍ରତିନିଧି ଅସିତ୍ ସାହୁ ଓ ବିଜେଡି ଯୁବନେତା ଏସ୍‌.ସଦାନନ୍ଦ ଦୋରା ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଶବ ବ୍ୟବଚ୍ଛେଦ କାର୍ଯ୍ୟରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking