27.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ମୟୁରଭଞ୍ଜ ଓ କୋରାପୁଟ ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୧୨୮କୁ ବୃଦ୍ଧିପାଇଛି।

ଅନ୍ୟପଟେ, ଆଜି ପୁଣି ୬୯୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୦୧ ଓ ସ୍ଥାନୀୟ ଅଞ୍ଚଳରୁ ୨୯୪ ଜଣ ଚିହ୍ନଟ ହେବା ସହ ୮୩ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୦ ଜଣ, ଯାଜପୁରରୁ ୩୯ ଜଣ, ବାଲେଶ୍ୱରରୁ ୩୦ ଜଣ, ଜଗତସିଂହପୁରରୁ ୨୫ ଜଣ, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରୁ ୧୮ ଜଣ ଲେଖାଏଁ, ଭଦ୍ରକରୁ ୧୩ ଜଣ, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୮ ଜଣ ଲେଖାଏଁ, ରାୟଗଡ଼ରୁ ୭ ଜଣ, ଅନୁଗୁଳ ଓ ଝାରସୁଗୁଡ଼ାରୁ ୬ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୫ ଜଣ, ଢ଼େଙ୍କାନାଳ ଓ ମାଲକାନଗିରି ଜିଲ୍ଲାରୁ ୪ ଜଣ,

ନୟାଗଡ଼ରୁ ୩ ଜଣ, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ଦେବଗଡ଼, କନ୍ଧମାଳ,କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୬୨୧ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ୫ ହଜାର ୮୭୬ ଜଣ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking