31.1 C
Bhubaneswar
Wednesday, June 26, 2024
Homeଓଡିଶାସଡକ ଦୁର୍ଘଟଣା : ୧ ମୃତ, ୧୨ ଆହତ

ସଡକ ଦୁର୍ଘଟଣା : ୧ ମୃତ, ୧୨ ଆହତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଆନ କଲେଜ ଛକ ନିକଟରେ ଘଟିଛି ସଡକ ଦୁର୍ଘଟଣା। ଜନ୍ମ ଦିନ ପାର୍ଟିରେ ଯୋଗ ଦେବାକୁ ଅଟୋରେ ଯାଉଥିଲେ ଏକ ପରିବାରର ୧୨ ସଦସ୍ୟ। ମାତ୍ର ପାର୍ଟିରେ ପହଞ୍ଚିବା ପୂର୍ବରୁ ଘଟିଲା ଅଘଟଣ । ମଝି ବାଟରେ ଓଲଟି ପଡ଼ିଲା ଅଟୋ । ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପାଟଣାଗଡ଼ କେନ୍ଦୁମୁଣ୍ଡି ଗାଁର ଏକ ପରିବାରର ୧୨ ସଦସ୍ୟ ଏକ ଜନ୍ମ ଦିନ ଉତ୍ସବରେ ଯୋଗ ଦେବାକୁ ଅଟୋରେ ଖୁର୍ସେଲ ଗାଁକୁ ଯାଉଥିଲେ । ମାତ୍ର ଓଭରଲୋଡିଂ ହେତୁ ଅଟୋଟି ମଝି ବାଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ଘସିଆନ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଯାତ୍ରୀଙ୍କୁ ପାଟଣାଗଡ଼ ଡାକ୍ତରଖାନା ରେଫର କରି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି। ପୁଲିସ୍‌ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଅତ୍ୟଧିକ ଯାତ୍ରୀ ଏକସଙ୍ଗେ ଅଟୋରେ ଯାଉଥିବାରୁ ଚାଳକ ଭାରସାମ୍ୟ ରଖି ନ ପାରିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking