33.1 C
Bhubaneswar
Saturday, October 5, 2024
Homeଅପରାଧସ୍ତ୍ରୀକୁ ପରକରି ପ୍ରେମିକାକୁ ବିବାହ କରିଥିବା ରସିକିଆ ସ୍ୱାମୀ ଗିରଫ

ସ୍ତ୍ରୀକୁ ପରକରି ପ୍ରେମିକାକୁ ବିବାହ କରିଥିବା ରସିକିଆ ସ୍ୱାମୀ ଗିରଫ

ଭଦ୍ରକ: ପରକୀୟା ପ୍ରୀତିର କରୁଣ ପରିଣତି । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଅନ୍ୟ ଜଣେ ଯୁବତୀଙ୍କୁ ମନ୍ଦିରରେ ବିବାହ କରିଥିଲେ ସ୍ୱାମୀ । ଶେଷରେ ସ୍ତ୍ରୀ ଓ ପ୍ରେମିକା ଉଭୟ ଗର୍ଭବତୀ ହେବା ପରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରେମିକାକୁ ଧରି ଘରକୁ ଫେରୁଥିବାବେଳେ, ମଝି ରାସ୍ତାରେ ସ୍ତ୍ରୀର ହାଇଡ୍ରାମା ପରେ ବନ୍ଧା ହୋଇଛି ରସିକିଆ ସ୍ୱାମୀ । ଏଭଳି ଘଟଣା ଘଟିଛି ଭଦ୍ରକ ପୀରହାଟ ଥାନା ଅଧିନ ସିନ୍ଦୋଳ ପଞ୍ଚାୟତ ନୂଆସାହି ଗ୍ରାମରେ । ଅନିଲ ଦାସ ସସ୍ମିତା ନାମକ ଜୈନିକା ମହିଳାଙ୍କୁ ବିବାହ କରିଥିଲେ । କିଛି ମାସ ପୂର୍ବେ ସେ କାମଧନ୍ଦା କରିବା ଆଳରେ ସ୍ତ୍ରୀକୁ ବାପ ଘରେ ଛାଡି ଦେଇ ବାହାର ରାଜ୍ୟକୁ ଯାଇଥିଲେ । ସେଠାରେ ରହିବା ସମୟରେ ସାହାପୁର ପଞ୍ଚାୟତ ଟୁଭି ନୂଆଗାଁର ମାନସୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ସାମାଜିକ ଗଣମାଧ୍ୟମରେ ଉଭ ଅନ୍ତରଙ୍ଗ ମୂହୁର୍ତ୍ତର କିଛି ଭିଡିଓ ପୋଷ୍ଟ କରିବା ପରେ ଅନିଲ ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଉଥିବା ସ୍ତ୍ରୀ ସସ୍ମିତା ଜାଣିବାକୁ ପାଇଥିଲେ । ଏନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ।

ତେବେ ଅନିଲ ମାନସୀଙ୍କୁ ଧରି ଗୁରୁବାର ଗାଁକୁ ଆସୁଥିବା ବେଳେ ସସ୍ମିତା ଓ ପୀରହାଟ ପୋଲିସ ଭଦ୍ରକ ରେଳ ଷ୍ଟେସନରେ ସେମାନଙ୍କୁ କାବୁ କରିଥିଲେ । ସେଠାରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଥିବାବେଳେ, ସସ୍ମିତା ଓ ମାନସୀ ମୁହାଁ ମୁହିଁ ହୋଇଥିଲେ । ସସ୍ମିତା ୯ମାସର ଗର୍ଭବତୀ ଥିବା କହୁଥିବା ବେଳେ ମାନସୀ ଏକ ମାସ ଗର୍ଭବତୀ ଥିବା କହିଥିଲେ । ଏନେଇ ଗିରଫ ହୋଇଥିବା ଅନିଲ କହିଛି ଯେ, ”ସସ୍ମିତାର ଚରିତ୍ର ଖରାପ ଥିବାରୁ ସେ ୭ ମାସ ହେଲା ଘରଛାଡି ଚାଲିଯାଇଥିଲେ । ଏବେ ଯେମିତି ମୁଁ ମାନସିକୁ ମନ୍ଦିରରେ ବିବାହ କରିଥିବା ଜାଣିବାକୁ ପାଇଲେ ଘରକୁ ଫେରି ମୋତେ ଷ୍ଟେସନରେ ଅଟକାଇଥିଲେ ।

ଏହାପରେ ଷ୍ଟେସନ ପରିସରରେ ଥିବା ଲୋକେ ମୋତେ ରଖିଥିବାବେଳେ ବର୍ତ୍ତମାନ ମୁଁ ଥାନାକୁ ଯାଉଛି।”ଏନେଇ ସସ୍ମିତା କହିଛନ୍ତି ଯେ, “ମୁଁ ୯ ମାସର ଗର୍ଭବତୀ ଅଛି, ମାନସୀ ବି କହୁଛି ସେ ଏକ ମାସର ଗର୍ଭବତୀ ଅଛି, ମୁଁ ଅନିଲକୁ ଛାଡପତ୍ର ଦେବିନି, ଆଉ ମୁଁ ଏବେ ନ୍ୟାୟ ଚାହୁଁଛି।”ସେହିପରି ମାନସୀ କହିଛନ୍ତି ଯେ, ”ସସ୍ମିତା ଗର୍ଭବତୀ ଅଛନ୍ତି ମୁଁ ଜାଣିଛି, କିନ୍ତୁ ତାଙ୍କ ପେଟରେ ଥିବା ପିଲା ମାନସଙ୍କର ନା ଆଉ କାହାର ତାହା ଟେଷ୍ଟ କରିବା ଦରକାର । ମୁଁ ବି ଏକ ମାସ ହେଲା ଗର୍ଭବତୀ ଅଛି, ମୁଁ ଅନିଲଙ୍କ ପାଖରେ ରହିବାକୁ ଚାହୁଁଛି।”ତେବେ ପୀରହାଟ ଥାନା ପୋଲିସ ଅନିଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ମାନସୀକୁ ଭଦ୍ରକ ଆଶିଆନାକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking