ଓଟାୱା: କାନାଡାରେ ଶିଖ୍ ନେତା ରିପୁଦମନ ସିଂହ ମଲିକଙ୍କୁ ଗୁଳିକରି ହତ୍ୟା । ଆଜି ସେ ନିଜ ଅଫିସକୁ ଯାଉଥିବା ସମୟରେ କାନାଡାର ଭାନକ୍ୟୁଭର ରେ ତାଙ୍କୁ ଗୁଳି କରାଯାଇଛି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ୧୯୮୫ ମସିହାରେ ଏୟାର ଇଣ୍ଡିଆ ବୋମା ବିସ୍ଫୋରଣ ମାମଲାରେ ଶିଖ ନେତା ତଥା ବ୍ୟବସାୟୀ ରିପୁଦମନ ସିଂହ ମଲିକଙ୍କ ନାଁ ସାମ୍ନାକୁ ଆସିଥିଲା । ପରେ ୨୦୦୫ ମସିହାରେ ସେ ଏହି ମାମଲାରେ ଜେଲରୁ ମୁକୁଳି ଥିଲେ । ରିପୁଦମନ ଏକ ଦଶନ୍ଧି ପର୍ଯ୍ୟନ୍ତ ଭାରତର କଳା ତାଲିକାରେ ଥିଲେ ଏବଂ କାନାଡାରେ ରହିଆସୁଥିଲେ ।
୨୦୨୦ରେ ରିପୁଦମନ ସିଂହ ମଲିକଙ୍କୁ ସିଙ୍ଗଲ ଏଣ୍ଟ୍ରି ଭିସା ଏବଂ ୨୦୨୨ରେ ମଲ୍ଟିପୁଲ ଭିସା ମିଳିଥିଲା । ଚଳିତ ବର୍ଷ ମେ ମାସରେ ସେ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ପଞ୍ଜାବ ଓ ମହାରାଷ୍ଟ୍ରକୁ ତୀର୍ଥଯାତ୍ରାରେ ଆସିଥିଲେ । ଏହାସହିତ ଶିଖ୍ ସମ୍ପ୍ରଦାୟ ନିମନ୍ତେ ମୋଦି ସରକାରଙ୍କ କଲ୍ୟାଣକାରୀ ପଦକ୍ଷେପ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ । ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଦାବି କରାଯାଉଛି ।