28.1 C
Bhubaneswar
Wednesday, December 4, 2024
Homeସ୍ୱାସ୍ଥ୍ୟଔଷଧୀୟ ଗୁଣରେ ଭରପୂର ଗୁଆ, ଜାଣନ୍ତୁ ଏହାକୁ ଖାଇବାର ଫାଇଦା

ଔଷଧୀୟ ଗୁଣରେ ଭରପୂର ଗୁଆ, ଜାଣନ୍ତୁ ଏହାକୁ ଖାଇବାର ଫାଇଦା

ନୂଆଦିଲ୍ଲୀ: ଗୁଆର ନାମ ଆସିବା  ମାତ୍ରେ ପାନ, ଗୁଟଖା  କଥା ସମସ୍ତଙ୍କ ମନରେ ଆସିଥାଏ। କିନ୍ତୁ ଏହାକୁ ପୂଜାପାଠ ତଥା ଅନେକ ରୋଗରୁ ମୁକ୍ତି ପାଇବା ପାଇଁ ମଧ୍ୟ ବ୍ୟବହୃତ କରାଯାଇଥାଏ। ଆୟୁର୍ବେଦ ଅନୁଯାୟୀ, ଗୁଆରେ ଥିବା ଔଷଧୀୟ ଗୁଣ ଅନେକ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ।

ପାଟି ଘା’ ରୁ ମୁକ୍ତି ପାଇବା ପାଇଁ :ପାଟି ଘା’ରୁ ମୁକ୍ତି ପାଇଁ ଗୁଆକୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଏଥିପାଇଁ ଗୁଆ ନଡ଼ିଆ, ଶୁଣ୍ଠିରେ କାଢା ପ୍ରସ୍ତୁତ କରି ଦିନରେ ଦୁଇଥର ଗର୍ଗଲିଂ କରନ୍ତୁ। ଏହା ବ୍ୟତୀତ ଗୁଆ ଏବଂ ଅଳେଇଚ ପାଉଡର୍ ପ୍ରସ୍ତୁତ କରି ଏହାକୁ ମହୁରେ ମିଶାନ୍ତୁ। ପ୍ରସ୍ତୁତ ପେଷ୍ଟକୁ ଘା ହୋଇଥିବା ଯାଗାରେ ଲଗାଇ କିଛି ସମୟ ରଖନ୍ତୁ ତାପରେ ପାଣିରେ କୁଳି କରି ଦିଅନ୍ତୁ। ଏହାକୁ କିଛି ଦିନ ବାରମ୍ବାର କରିବା ଦ୍ୱାରା ପାଟି ଘା’ରୁ ମୁକ୍ତି ମିଳିଥାଏ।

ପେଟର ଜୀବାଣୁ ମାରିବା ପାଇଁ :ବିଶେଷକରି ପିଲାମାନଙ୍କ ପେଟରେ ଜୀବାଣୁ ସମସ୍ୟା ରହିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ, ଆପଣ ସପ୍ତାହରେ ଗୋଟିଏ ଥର ଗୁଆର କାଢା କିମ୍ବା ତାହାର ଜୁସ୍ ପ୍ରସ୍ତୁତ କରି ପିଲାଙ୍କୁ ପିଆନ୍ତୁ।

ବାନ୍ତି ସମସ୍ୟାରୁ ମୁକ୍ତି ପାଇବା ପାଇଁ :ବାନ୍ତି ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୁଆ ପାଉଡର, ହଳଦୀ ଏବଂ ଚିନି ମିଶାଇ ଖାଆନ୍ତୁ । ଏହା ବାନ୍ତିର ସମସ୍ୟାକୁ ଦୂର କରିଥାଏ।

ଦାନ୍ତ ଜନ୍ତ୍ରଣାରୁ ମୁକ୍ତି ପାଇଁ :ଯଦି ଆପଣ ଦାନ୍ତରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଗୁଆକୁ ଜଳାଇ ତାହାର ପାଉଡରକୁ ସିଧାସଳଖ ପ୍ରଭାବିତ ଅଞ୍ଚଳରେ ଲଗାନ୍ତୁ। ଏହା ଆପଣଙ୍କୁ ଶୀଘ୍ର ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking