ନୂଆପଡା: ନୂଆପଡା ଉପନିର୍ବାଚନ ପ୍ରଚାରରେ ସରକାରଙ୍କୁ ନବୀନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି । କହିଛନ୍ତି, ଆପଣଙ୍କ ସହ ଓ ବିଜେଡି ସହିତ ବେଇମାନି ହୋଇଛି । ଆପଣଙ୍କ କ୍ଷୋଭ ପାଇଁ ନଭେମ୍ବର ୧୧ରେ ଆମେ ବଦଲା ନେବା । ୧୬ ମାସର ବିଜେପି ସରକାରରେ କାମ ଜିରୋ, ବିକାଶ ପୂରା ବନ୍ଦ । ମିଶନ ଶକ୍ତି ମହିଳା ୮ ମାସ ହେଲା ଦରମା ପାଇନାହାନ୍ତି । ଆହୁରି କହିଛନ୍ତି ,ସେମାନେ ଗେମ ଚେଞ୍ଜର ନୁହଁନ୍ତି, ନେମ ଚେଞ୍ଜର । ବିଏସକେୱାଇ ଭଲ ନା ଆୟୁଷ୍ମାନ କହି ସମାଲୋଚନା କରିଛନ୍ତି ନବୀନ । ନବୀନ ଶେଷରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍ ଭିକ୍ଷା କରିବା ସହ ତାଙ୍କ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଓଡ଼ିଶା ମାଟିର ସେବା କରିବେ ବୋଲି କହିଥିଲେ ।










