28.1 C
Bhubaneswar
Friday, October 18, 2024
Homeଖେଳତିନିବର୍ଷ ପରେ ଦେଓଧର ଟ୍ରଫିର ପ୍ରତ୍ୟାବର୍ତ୍ତନ

ତିନିବର୍ଷ ପରେ ଦେଓଧର ଟ୍ରଫିର ପ୍ରତ୍ୟାବର୍ତ୍ତନ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ଶେଷ ପରେ ପରେ ଭାରତରେ ଘରୋଇ କ୍ରିକେଟ୍‌ର ପ୍ରତ୍ୟାବର୍ତ୍ତନ ହୋଇଛି । କ୍ରିକ୍‌ବଜ୍ ଅନୁସାରେ ଜୁନ୍ ୨୮ରେ ଦଲୀପ୍ ଟ୍ରଫି ପରେ ଜୁଲାଇ ୨୪ରୁ ଦେଓଧର ଟ୍ରଫି ଖେଳାଯିବ । ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟ୍‌ର ମ୍ୟାଚ୍‌ଗୁଡ଼ିକର ପୁଡ୍ଡୁଚେରୀରେ ଖେଳାଯିବ । ୫୦ ଓଭର୍ ବିଶିଷ୍ଟ ଦିନିକିଆ ଟୁର୍ଣ୍ଣାମେଣ୍ଟ୍‌ର ତିନିବର୍ଷ ପରେ ପ୍ରତ୍ୟାବର୍ତ୍ତନ ଘଟିଛି । ଲିଷ୍ଟ୍‌-ଏ’ ଟୁର୍ଣ୍ଣାମେଣ୍ଟ୍ ଦେଓଧର ଟ୍ରଫି ଶେଷଥର ପାଇଁ ୨୦୧୯ରେ ଖେଳାଯାଇଥିଲା ।

ଟୁର୍ଣ୍ଣାମେଣ୍ଟ୍‌ରେ ୩ଟି ଜାତୀୟସ୍ତରର ଟିମ୍ ଭାରତ-ଏ, ଭାରତ-ବି ଏବଂ ଭାରତ-ସି ମଧ୍ୟରେ ଖେଳାଯାଇଥାଏ । ପ୍ରତ୍ୟେକ ଟିମ୍ ପରସ୍ପର ମଧ୍ୟରେ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବେ ଏବଂ ଶୀର୍ଷ ଦୁଇଟି ଟିମ୍ ମଧ୍ୟରେ ଫାଇନାଲ୍ ହେବ । ୨୦୧୯-୨୦ ସିଜନ୍‌ର ଫାଇନାଲ୍‌ରେ ଭାରତ-ସି’କୁ ୫୧ ରନ୍‌ରେ ହରାଇ ଭାରତ-ବି ଟ୍ରଫି ଜିତିଥିଲା । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ୍ ଜୋନ୍ ମଧ୍ୟରେ ଖେଳାଯାଉଥିଲା । ମାତ୍ର ୨୦୧୫ରୁ ୨୦୧୮ ମଧ୍ୟରେ ଭାରତ-ଏ, ଭାରତ-ବି ଏବଂ ବିଜୟ ହଜାରେ ଟ୍ରଫି ବିଜେତା ମଧ୍ୟ ଖେଳାଯାଇଥିଲା । ୨୦୧୮ ପରଠାରୁ ଭାରତ-ଏ, ଭାରତ-ବି ଏବଂ ଭାରତ-ସି ମଧ୍ୟରେ ଖେଳାଯାଉଛି ।

ଭାରତୀୟ କ୍ରିକେଟ୍‌ର ୨୦୨୩-୨୪ ଘରୋଇ ସିଜନ୍ ଦଲୀପ୍ ଟ୍ରଫି ସହିତ ଜୁନ୍ ୨୮ ତାରିଖରୁ ଆରମ୍ଭ ହେବ । ତେବେ ପ୍ରମୁଖ ଟୁର୍ଣ୍ଣାମେଣ୍ଟ୍ ରଣ୍‌ଜୀ ଟ୍ରଫିର ଆୟୋଜନ ଆସନ୍ତାବର୍ଷ ଜାନୁଆରୀ ୫ରୁ ଖେଳାଯିବ । ଦଲୀପ୍ ଟ୍ରଫି ୬ଟି ଜୋନାଲ୍ ଟିମ୍ ମଧ୍ୟରେ ଖେଳାଯିବ । ଏହାପରେ ଇରାନୀ କପ୍ ଅକ୍ଟୋବର ୧ରୁ ୫, ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଅକ୍ଟୋବର ୧୬ରୁ ନଭେମ୍ବର ୬ ଏବଂ ବିଜୟ ହଜାରେ ଟ୍ରଫି ନଭେମ୍ବର ୨୩ରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking