ଭବାନୀପାଟଣା: କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଦେଉଣ୍ଡି ଗ୍ରାମରେ ସାମାନାକୁ ଆସିଛି ଏକ ଅଭାବନୀୟ ଘଟଣା । ସାମାନ୍ୟ ଜମିବାଡିକୁ କେନ୍ଦ୍ର କରି ସ୍ଥାନୀୟ ଅବସରପ୍ରାପ୍ତ ଶିକ୍ଷକ କାହ୍ନୁ ଠାକୁର(୭୫)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଘଟଣାରେ ସଂପୃକ୍ତ ତିନି ଅଭିଯୁକ୍ତଙ୍କୁ ଜୁନାଗଡ଼ ପୋଲିସ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି।
ମୃତକଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ପୋଲିସ ମୃତଦେହ ହସ୍ତାନ୍ତର କରିଛି । ଅନ୍ୟପକ୍ଷରେ ସେହି ଗ୍ରାମର ତିନି ଅଭିଯୁକ୍ତ ମାନସ ଗୋପାଳ, ବିମଲ ଗୋପାଳ, ଅଶୋକ ଗୋପାଳଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି ବୋଲି ଜୁନାଗଡ଼ ଭାରପ୍ରାପ୍ତ ଅଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ଗ୍ରାମର ଆକ୍ରମଣର ଶିକାର ହୋଇଥିବା କାହ୍ନୁ ଠାକୁର ଏକ ସରକାରୀ ଜାଗାକୁ ରାସ୍ତା ରୂପେ ବ୍ୟବହାର କରୁଥିଲେ ।ଘଟଣା ଦିନ ଅଭିଯୁକ୍ତ ମାନେ ଉକ୍ତ ରାସ୍ତାକୁ କାଟି ଦେଇଥିଲେ। ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ମାନେ ତଣ୍ଟି ଚିପି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେଖଏ ସଂକ୍ରାନ୍ତ ରେ ପୋଲିସ ଏକ ମାମଲାରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିକୋର୍ଟ ଚାଲାଣ କରିଛି ।