30.1 C
Bhubaneswar
Friday, May 3, 2024
Homeଓଡିଶାଦକ୍ଷ ନେତୃତ୍ବ ପାଇଁ ଜାତୀୟ ସ୍ତରରେ ନବୀନଙ୍କୁ ସମ୍ମାନ

ଦକ୍ଷ ନେତୃତ୍ବ ପାଇଁ ଜାତୀୟ ସ୍ତରରେ ନବୀନଙ୍କୁ ସମ୍ମାନ

ଭୁବନେଶ୍ୱର : ମହାମାରୀ ବିରୋଧରେ ଯୁଦ୍ଧ ଲଢୁଛି ଓଡିଶା । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ନେଇ ସାମ୍ନାକୁ ଆସିଛି ବଡ ଖବର । ପୁଣି ନିଜ ଦକ୍ଷ ନେତୃତ୍ବ ପାଇଁ ଜାତୀୟ ସ୍ତରରେ ନବୀନଙ୍କୁ ମିଳିଛି ସମ୍ମାନ । ଜାତୀୟ ଗଣମାଧ୍ୟମର ସର୍ଭେ ଅନୁଯାୟୀ,  କୋଭିଡ ପରିଚାଳନା କ୍ଷେତ୍ରରେ ଭାରତର ନମ୍ବର ୧ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ପରେ ଦ୍ବିତୀୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ତାଙ୍କ ପଛକୁ ଅଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଦାରିଦ୍ର୍ୟ ହ୍ରାସ ହେଉ କି ମହିଳା ସଶକ୍ତିକରଣ କିମ୍ବା ବିପର୍ୟ୍ୟୟ ପରିଚାଳନା, ସବୁଥିରେ ନବୀନ ଜଣେ ମୁଖ୍ୟମନ୍ତ୍ରୀ ସହ ଦକ୍ଷ ପ୍ରଶାସକ ଭାବରେ ନିଜକୁ ଶ୍ରେଷ୍ଠ ଭାବରେ ପରିଗଣିତ କରିଛନ୍ତି । ତାଙ୍କ ରେକର୍ଡ ଭାଙ୍ଗିବା ଅସମ୍ଭବ। ଜଣେ ପ୍ରକୃତ ଜନନାୟକ ସାଜି ଆଗଧାଡିର ନେତୃତ୍ବ ଭାବରେ ଉଦାହରଣ ପାଲଟିଛନ୍ତି । କୋରୋନା ଭୂତାଣୁ ବିରୋଧରେ ଭାରତର ନିରବିଚ୍ଛିନ୍ନ ସଂଘର୍ଷ ଚାଲିଥିବାବେଳେ ମହାମାରୀର ମରଣଯନ୍ତା ଭିତରେ ଛଟପଟ ହେଉଥିଲା ମଣିଷର ପ୍ରାଣବାୟୁ । ଅମ୍ଳଜାନ ପାଇଁ ଚାରିଆଡେ ହାହାକାର ମଚିଥିଲା । ଅଦୃଶ୍ୟ ଶତ୍ରୁକୁ ମାତ ଦେବାକୁ ଚାଲିଥିଲା ମହାଯୁଦ୍ଧ । ଆଉ ଏହାରି ଭିତରେ ରଣଭୂମିରେ ସେନାପତି ସାଜି ଛିଡା ହୋଇଥିଲା ଓଡିଶା । ମହାମାରୀ କୋରୋନା ପ୍ରକୋପରେ ଅଣନିଶ୍ବାସୀ ଦେଶବାସୀଙ୍କ ନିଶ୍ବାସ ପାଲଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking