ଭୁବନେଶ୍ୱର,(ଓଏନଏ ): ନିଜ ସୁନ୍ଦରତାକୁ ବଜାୟ ରଖିବା ପାଇଁ ଯୁବତୀମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରନ୍ତି । ହେଲେ ଆମେରିକାରେ ବାସ କରୁଥିବା ଲିନା ନାମକ ଜଣେ ଯୁବତୀ ନିଜର ଚମକଦାର ତ୍ୱଚା ପାଇଁ ଓ ସୁନ୍ଦରତା ବଜାୟ ରଖିବା ପାଇଁ କୁକୁର ପରିସ୍ରା ପିଅନ୍ତି । ସବୁବେଳେ ଲୋକମାନେ ତାଙ୍କୁ ବିୟ୍ୟୁଟି ସିକ୍ରେଟ କଣ ବୋଲି ପଚାରନ୍ତି । ଉତ୍ତରରେ ସେ କହିଥିଲେ ସେ ପ୍ରତିଦିନ କୁକୁର ପରିସ୍ରା ପିଅନ୍ତି । ସେଥିପାଇଁ ତାଙ୍କ ମୁହଁରେ କୌଣସି ପ୍ରକାରର ଦାଗ ହୁଏ ନାହିଁ । ସମସ୍ତେ ଏହା ଶୁଣିବା ପରେ କେହି ବି ତାଙ୍କ କଥାକୁ ବିଶ୍ୱାସ କଲେ ନାହିଁ । ଲିନା କୁହନ୍ତି, ସେ ପ୍ରତିଦିନ କୁକୁର ପରିସ୍ରା ପିଅନ୍ତି ଏବଂ କୁକୁର ପରିସ୍ରାରେ ପ୍ରଚୁର ମାତ୍ରାରେ ଭିଟାମିନ ଏ, ଭିଟାମିନ ଇ ଓ କ୍ୟାଲସିୟମ ରହିଥାଏ । ଏହା କର୍କଟ ରୋଗରୁ ମୁକ୍ତ କରିବାରେ ସାହାଯ୍ୟ କରିଥାଏ । ତାଙ୍କ କହିବାନୁସାରେ, କୁକୁର ପରିସ୍ରା ପିଇବା ଦ୍ୱାରା ବେଶିମାତ୍ରାରେ କ୍ୟାନସର ରୋଗକୁ ଦୂର କରାଯାଇପାରେ । ଗତ କିଛି ସପ୍ତାହ ପୂର୍ବରୁ ତାଙ୍କ ମୁହଁରେ ଅଧିକ ବ୍ରଣ ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଯେତେବେଳେ ପ୍ରଥମେ କୁକୁର ପରିସ୍ରା ପିଇଥିଲେ, ସେତେବେଳେ ତାଙ୍କୁ ଏହା ଅଜବ ଲାଗିଥିଲା । ହେଲେ ପରବର୍ତ୍ତୀ ସମୟରେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଥିଲା ଓ ତାଙ୍କ ମୁଖବ୍ରଣ ଭଲ ହୋଇଯାଇଥିଲା । ଏହାପରେ ଏକ ଭିନ୍ନ ଧରଣର ଚମକ ତାଙ୍କ ମୁହଁରେ ଆସିଥିଲା ।