32.1 C
Bhubaneswar
Friday, June 21, 2024
Homeଓଡିଶାଖଣିରୁ ମଣିଷମରା ମେସିନ୍‍ ହଟାଅ - ମାୟାଧର ନାୟକ

ଖଣିରୁ ମଣିଷମରା ମେସିନ୍‍ ହଟାଅ – ମାୟାଧର ନାୟକ

ଯାଜପୁର : ଓଡିଶାର ବିଭିନ୍ନ ଖଣିରୁ ଆୟ ଏବଂ ଚାନ୍ଦାରେ ରାଜ୍ୟ ସରାକାର ଚାଲିଛି । ଖଣି ସରକାରଙ୍କ ଭାତହାଣ୍ଡି । ଏ ଭାତହାଣ୍ଡିର ରକ୍ଷକମାନେ ଆଜି ଦାଣ୍ଡର ଭିକାରୀ – ଦାଦନ ଶ୍ରମିକ । ଓଡିଶାର ସବୁ ଖଣି ଖୋଳାଯାଉଛି – ବିରାଟକାୟ ମେସିନ୍‍ ଦ୍ୱାରା । ଖଣିଗୁଡିକ ପାହାଡପର୍ବତଜଙ୍ଗଲ ଅଞ୍ଚଳରେ ଯେଉଁଠି ଆଦିବାସୀ, ଦଳିତ, ଗରିବଲୋକମାନେ ବାସକରନ୍ତି । ଖଣି ଖୋଳିବାକୁ ହେଲେ ଜଙ୍ଗଲ କାଟି ସଫା କରିବାକୁ ହେବ । ତେଣୁ ଆଦିବାସୀମାନଙ୍କୁ ତଡିବାକୁ ହେବ । ବହୁଳାଂଶ ଆଦିବାସୀ ଭାଟାମାଟି ଛାଡି ଖଣି ନିକଟରେ ପଲାମାରି ହାଟିଂରେ କାମକରୁଥିଲେ । ସମୟ ଥିଲା – ୧୯୮୦ ମସିହା ପୂର୍ବରୁ ବିଭିନ୍ନ ରାଜ୍ୟରୁ ହଜାରହଜାର ଖଣିଶ୍ରମିକ ଛୁଆପିଲାଙ୍କୁ ଧରି ଓଡିଶାର ଖଣି ଅଞ୍ଚଳରେ କାମ କରୁଥିଲେ । ସେତେବେଳେ ଖଣିରେ ମାନବଶକ୍ତି ଦ୍ୱାରା କାମ ହେଉଥିଲା । ଏବେ ପ୍ରାୟ ୪୦ବର୍ଷ ହେଲା – ଯନ୍ତ୍ରଦାନବଶକ୍ତି ଶ୍ରମିକଙ୍କ ଦାନା ଛଡାଇନେଇଛି । ଫଳରେ ଓଡିଶାରେ କାମକରୁଥିବା ଖଣିମାନଙ୍କରୁ ପାଖାପାଖି ୨କୋଟି ଶ୍ରମିକ ଛଟେଇ ହୋଇଯାଇଛନ୍ତି । ୨୦୦ ଖଣି ଲିଜ୍‍ଧାରୀ, ଠିକାଦାର କୋଟିକୋଟିଟଙ୍କାର ମାଲିକହୋଇ ଶାସନ, ପ୍ରଶାସନକୁ ନିଜ ଅକ୍ତିଆରରେ ରଖି ରାଜ୍ୟ ଶାସନ ଚଳାଉଛନ୍ତି ବୋଲି ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକ ପ୍ରେସ୍‍ ଇସ୍ତାହାରରେ କହିଛନ୍ତି ।

ଶ୍ରୀ ନାୟକ ଲେଖିଛନ୍ତି – ଖଣିରେ ଶ୍ରମିକମରା ମେସିନ୍‍କୁ ହଟାଇବାପାଇଁ ସୁକିନ୍ଦା ଉପତ୍ୟକା ଖଣିଅଞ୍ଚଳରେ ଶ୍ରମିକମାନେ ଦୃର୍ବାର ଆନ୍ଦୋଳନ ଗଢିତୋଳିଥିଲେ । ଫଳରେ ୩ଟି କ୍ରୋମାଇଟ୍‍ ଖଣି କଲରଙ୍ଗୀ, ସାରୁଆବିଲ, କମର୍ଦ୍ଦାରେ ମେସିନ୍‍ ଅଟକିଗଲା । ବାକି ୧୦ଟିରେ ମାଲିକମାନଙ୍କ ବୋଲକରା ନେତାଙ୍କ ସାହାଯ୍ୟରେ ମେସିନ୍‍ ଦ୍ୱାରା କାମ ହେଲା । ଓଡିଶାରେ ବିଭିନ୍ନ ଖଣିରେ କୌଣସି ସ୍ଥାନରେ ମେସିନ୍‍ ହଟାଓ ଆନ୍ଦୋଳନ ଦାନା ନ ଧରିବାରୁ ମାଲିକଠିକାଦାରମାନେ ଧିରେଧିରେ ସବୁ ଖଣିରେ ମେସିନ୍‍ ପୁରାଇଲେ । ସୁକିନ୍ଦା, ଦୈତାରୀ, କାଠପାଳ, ବଉଳା, ଗୋରୁମହିଷାଣୀ, ବଡବିଲ, ଯୋଡା, କୋଇଡା, ତାଳଚେର, ଅନୁଗୋଳ, ସମ୍ବଲପୁର ପ୍ରମୁଖ ଖଣି ଅଞ୍ଚଳରେ ଏବେ ଶହଶହ ମେସିନ୍‍ରେ ଖଣି ଖୋଳାଚାଲିଛି । ଯାହାଫଳରେ ପୂର୍ବରୁ କାମକରୁଥିବା ଶ୍ରମିକମାନଙ୍କ ସଂଖ୍ୟାରୁ ମାତ୍ର ୫ଭାଗ କୁଲି,ମଜୁରୀଆ,ବୋଲକରା କାମ କରୁଛନ୍ତି । ପ୍ରାୟ ଅଧିକାଂଶ ଖଣିରେ ବାହାର ରାଜ୍ୟର ଠିକାଦାର, ଖଣି ଲିଜଧାରୀ, ଏପରିକି କେତେକ ଶ୍ରମିକକର୍ମଚାରୀ ଓଡିଶାକୁ ଦଖଲ କରିଅଛନ୍ତି । ଆଜି ସେଇ ଆଦିବାସୀ, ଦଳିତ, ଗରିବଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷର ନୁଆଁ କୁହୁଳୁଛି । ସେମାନେ କାମଧନ୍ଦା ନପାଇ ହାତବାନ୍ଧି ବସିଛନ୍ତି । ଖଣି ଅଞ୍ଚଳ ଏବେ ବିଷର ଉପତ୍ୟକା ପାଲଟିଛି । ଫସଲହାନୀ ରୋଗରେ ଅର୍ଦ୍ଧାହାର, ଅନାହାରରେ ଶ୍ରମିକ ପରିବାର ଭୋକରେ ଆଉଟୁପାଉଟୁ ହେଉଛନ୍ତି । ସେମାନଙ୍କ ଦୁଃଖ କେହି ଶୁଣିବାକୁ ନାହାଁନ୍ତି । ଶ୍ରମ ଓ ଖଣି ବିଭାଗ ନିଦାବିଷ୍ଣୁ । ସରକାର ସେମାନଙ୍କ ଠକିଦେଉଛନ୍ତି । ଏବେ ଆଉ ନିର୍ଯାତିତ, ଶୋଷିତ ଖଣିଶ୍ରମିକ ପରିବାର ମୁଣ୍ଡରେ ହାତଦେଇ ବସିଲେ ଚଳିବନି – ହକ୍‍ ଅଧିକାର ଛଡେଇଆଣିବା ପାଇଁ ଖଣିରୁ ମେସିନ୍‍ ହଟାଓ ଦୃର୍ବାର ଶ୍ରମିକଆନ୍ଦୋଳନ ଗଢିତୋଳିବାକୁ ଶ୍ରୀ ନାୟକ ଆହ୍ୱାନ ଦେିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking