ଭୁବନେଶ୍ବର : ପ୍ରବାସୀ ଶ୍ରମିକଙ୍କ ପାଇଁ ଆଜିଠୁ ପଞ୍ଜୀକରଣ ଆରମ୍ଭ। ବାହାର ରାଜ୍ୟରୁ ଓଡ଼ିଶା ଫେରିବା ପାଇଁ ଚାହୁଁଥିବା ଶ୍ରମିକମାନେ ପଞ୍ଜୀକରଣ କରିପାରିବେ। ଯେଉଁମାନେ ପଞ୍ଜିକରଣ କରିବେ, ଲକ୍ ଡାଉନ୍ ଉଠିବା ପରେ ରାଜ୍ୟ ସରକାର ସେମାନଙ୍କୁ ଆଣିବା ବ୍ୟବସ୍ଥା କରିବେ । ବାହାର ରାଜ୍ୟରେ ଏବେ ୭ ଲକ୍ଷ ୫୦ ହଜାର ଓଡ଼ିଆ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫ ଲକ୍ଷରୁ ଅଧିକ ଓଡ଼ିଆ ଘରକୁ ଫେରିବେ । ପଞ୍ଜିକରଣ ପାଇଁ ଏକ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ବାହାର ରାଜ୍ୟରୁ ଆସିଲେ ହଠାତ୍ ଘରକୁ ଯିବେ ନାହିଁ । ପଞ୍ଚାୟତରେ ବ୍ୟବସ୍ଥା ଥିବା କ୍ୱାରେଣ୍ଟାଇନରେ ରହିବେ । ସେଠାରେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ । ସେଠାରେ ଖାଇବା, ରହିବା ଓ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା । ଏବେ ବିଭିନ୍ନ ପଞ୍ଚାୟତରେ ୭୦୦୦ ଅସ୍ଥାୟୀ କ୍ୟାମ୍ପ କରାଯାଇଛି ।
https://onakhabar.com/2020/04/23/corona-news/