25.1 C
Bhubaneswar
Friday, December 27, 2024
Homeଅପରାଧଲାଲ ବାହିନୀର ବର୍ବରତା, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ଲାଲ ବାହିନୀର ବର୍ବରତା, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ମାଲକାନଗିରି : ମାଲକାନଗିରି-ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଶୁକ୍ରବାର ହତ୍ୟା କରିଛନ୍ତି ଲାଲ୍ ବାହିନୀ । ମୃତକ ହେଉଛନ୍ତି ଫରେଷ୍ଟଗାଓ ଥାନା ଅନ୍ତର୍ଗତ ଖଡକାଗାଓ ଗ୍ରାମର ରାମଲାଲ ପୋଡାଇ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ୧୦ରୁ ୧୫ଜଣ ସଶସ୍ତ୍ର ନକ୍ସଲ ଖଡକାଗାଓ ଗାଁକୁ ଆସି ରାମଲାଲଙ୍କୁ ଡାକି ନେଇଥିଲେ । କିନ୍ତୁ ଗାଁ ମୁଣ୍ଡ ରାସ୍ତାରେ ମାଓବାଦୀମାନେ ତାଙ୍କ ଗଳାକାଟି ହତ୍ୟା କରିଛନ୍ତି । ହତ୍ୟା ପରେ ଘଟଣାସ୍ଥଳରେ ମାଓବାଦୀ କିଛି ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ପୋଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଥିବାରୁ ରାମଲାଲଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଏହାସହ ଫରେଷ୍ଟଗାଓ ଥାନା ଅଧିକାରୀଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛନ୍ତି ମାଓବାଦୀ । ଏହି ହିଂସାକାଣ୍ଡ ମାଓବାଦୀଙ୍କ ପୂର୍ବ ବସ୍ତର ଡିଭିଜନ କରିଥିବା ନେଇ ଚିଠିରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking