ନୂଆଦିଲ୍ଲୀ: କରୋନା ସମୟରେ ଲୋନ୍ ନେଉଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର ।କରୋନା ମହାମାରୀ ସମୟରେ ଋଣ ଉପରେ ଆରବିଆଇ ଦ୍ୱାରା ଛାଡ଼ କରାଯାଇଛି । ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ କେନ୍ଦ୍ର ସୁଧ ଛାଡ଼ କରିବାକୁ ରାଜି ହୋଇଛି ବୋଲି ସରକାର ସୁପ୍ରିମକୋର୍ଟ କହିଛନ୍ତି । କେନ୍ଦ୍ର ଏହା ମଧ୍ୟ କହିଛି ଯେ, ଏହି ଅବଧି ପାଇଁ କମ୍ପାନୀମାନଙ୍କୁ କ୍ରେଡିଟ୍ ରେଟିଂ ଡାଉନଗ୍ରେଡ଼ ଉପରେ ଛାଡ଼ କରାଯାଇପାରିବ କି ନାହିଁ ,ସେ ନେଇ ସେବି ସହ ପରାମର୍ଶ କରିବେ ।
ଋଣ ନେଉଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ରିଲିଫ ଘୋଷଣା କରିଛନ୍ତି । ଭାରତ ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି ଯେ, ‘ଏମଏସଏମଇ ଲୋନ୍, ଶିକ୍ଷା, ଗୃହ, କ୍ରେଡିଟ କାର୍ଡ ଓ ଗାଡି ଲୋନରେ ସୁଧ ଉପରେ ସୁଧକୁ ଛାଡ କରାଯିବ । ଏହି ଆଫିଡେଭିଟ୍ରେ ସରକାର ଦର୍ଶାଇଛନ୍ତି ଯେ ମହାମାରୀ ପରିସ୍ଥିତିରେ ସୁଧ ଛାଡ କରିବାର ଭାର ଭାର ବହନ କରିବା ପାଇଁ ଏକମାତ୍ର ସମାଧାନ। ସରକାରଙ୍କ କହିବା ମୁତାବକ, କରୋନା ବିପତ୍ତି ସମୟରେ କ୍ଷୁଦ୍ର ରୁଣକାରୀଙ୍କ ସହିତ ସରକାର ଅଛନ୍ତି । ଦୁଇ କୋଟି ଟଙ୍କାର ଋଣ ଯାଏଁ ଏହି ସୁବିଧା ମିଳିବ ।