ରାୟଗଡ(ମନୋଜ କୁମାର ସାହୁ) : ଆଦିବାସି ଙ୍କ ପ୍ରିୟ ଲାଉତୁମ୍ବା ଏବେ ଦେଶ ଓ ବିଦେଶରେ ନିଜ ପରିଚୟ ସୃଷ୍ଟି କରିବାକୁ ଯାଉଛି । ଲାଉ ତୁମ୍ବାରେ ବିଭିନ୍ନ କାରୁକାର୍ଯ୍ୟ ଲୋକଙ୍କ ମନ ମୋହୁଥିବା ବେଳେ ଏହାକୁ ଦେଶ ବିଦେଶରେ ପହଁଛାଇବାକୁ ଆରମ୍ଭ ହୋଇଛି ପ୍ରୟାସ । ଏଭଳି ଉଦ୍ୟମ ଆରମ୍ଭ କରିଛି ରାୟଗଡା ର ପ୍ରେରଣା ଅନୁଷ୍ଠାନ । ଦିନ ଥିଲା ଲାଉ କେବଳ ଆଦିବାସୀ ଙ୍କ ଖାଦ୍ୟ ସହ ପାତ୍ରର ଭୁମିକା ଗ୍ରହଣ କରୁଥିଲା । ଯେଉଁଥିରେ ଆଦିବାସୀ ମାନେ ଜଙ୍ଗଲ କୁ ପାଣି ଓ ମାଣ୍ଡିଆ ଜାଉ ଭଳି ତରଳ ପଦାର୍ଥ ନେବା ଆଣିବା ପାଇଁ ବ୍ୟବହାର କରୁଥିଲେ । ସମୟାନୁ କ୍ରମେ ପ୍ଲାଷ୍ଟିକ ବୋତଲ ଲାଉତୁମ୍ବାର ସ୍ଥାନନେଇଥିବା ନିଜ ପରିଚୟ ହଜାଇବାକୁ ବସିଥିଲା ଆଦିବାସୀ ଙ୍କ ପାରମ୍ପରିକ ଲାଉତୁମ୍ବା । ତେବେ ଗାଁ ଗୁଡିକୁ ରୁ ଲାଉ କୁ ସଂଗ୍ରହ କରାଯାଇ ବିଭିନ୍ନ କିସମର ଘର ସାଜଶଯ୍ୟା ଜିନିଷରେ ରୂପାନ୍ତରିତ କରିବାରେ ପ୍ରଚେଷ୍ଟା ଜାରି ରହିଛି । ଯାହାକି ଏବେ ଆଦିବାସୀ ଙ୍କ ଜୀବନ ଜୀବିକାରେ ସହାୟ ହୋଇପାରିଛି|
ରାୟଗଡା ଜିଲ୍ଲା ର ଆଦିବାସୀ ଅଞ୍ଚଳରେ ବିଭିନ୍ନ କିସମର ଖାଦ୍ୟ ଉପଯୋଗୀ ଏବଂ ଜଙ୍ଗଲୀ ଲାଉ ଦେଖିବା କୁ ମିଳିଥାଏ । ମିଳୁଥିବା ଲାଉ ମାନଙ୍କ ମଧ୍ୟରେ ଆକାର ,କିସମ ,ଗଠନରେ ସାମଜସ୍ୟ ନ ଥିବା ଫଳରେ ଏହା ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଚାହିଦା ଦେଶ ତଥା ବିଦେଶ ରେ ବଢ଼ିବାରେ ଲାଗିଛି ।ଏପରିକି ଲାଉ ପରିବେଶ ଉପଯୋଗୀ ଓ ଏଥିରେ ପୋକ ନ ଲାଗିବା ଦ୍ୱାରା ଏହା ଦୀର୍ଘସ୍ଥାୟୀ । ତେଣୁ ଏହାର ଚାହିଦା ଦିନ କୁ ଦିନ ବଢୁଛି । ରାଜ୍ୟ ସରକାର ଲାଉ ତୁମ୍ବା କାରୀଗର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱୀକୃତି ପ୍ରଦାନ କରିଥିବା ରୁ ଆଗକୁ ଅଧିକ ରୋଜଗାର ର ମାଧ୍ୟମ ସୃଷ୍ଟି କରିବା ସହ ଏହାର ଅଧୁକ ଚାହିଦା ବଢିବ ବୋଲି ଆଶା ରଖିଛନ୍ତି ପ୍ରେରଣା ଅନୁଷ୍ଠାନ ର ନିର୍ଧେସକ | ଏହି କଲାର ଆଗରୁ ବିଦେଶ ରେ ବେଶ ନା କରିଥିବା ବେଳେ ଆଗାମୀ ଦିନରେ ଲାଉତୁମ୍ବା କଲା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିବା ସହ ଆଦିବାସୀ ଙ୍କ ଆର୍ଥିକ ମାନଦଣ୍ଡର ଅଭିବୃଦ୍ଧି ହେଇପାରିବ ।