27.1 C
Bhubaneswar
Friday, June 28, 2024
Homeସ୍ୱାସ୍ଥ୍ୟବେଶ୍ ଉପକାରୀ କଞ୍ଚା ପିଆଜ, ଜାଣନ୍ତୁ ଖାଇଲେ ମିଳେ କି କି ଫାଇଦା

ବେଶ୍ ଉପକାରୀ କଞ୍ଚା ପିଆଜ, ଜାଣନ୍ତୁ ଖାଇଲେ ମିଳେ କି କି ଫାଇଦା

ଭୁବନେଶ୍ୱର : କଞ୍ଚା ପିଆଜ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ। ଏହାକୁ ଖାଇବା ଦ୍ୱାରା ସାମଗ୍ରୀକ ସ୍ୱାସ୍ଥ୍ୟରେ ଉନ୍ନତି ଆସେ। ଇମ୍ୟୁନିଟି ବୁଷ୍ଟଠୁ ନେଇ ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ କଞ୍ଚା ପିଆଜ। ଏଥିରେ ଏପରି ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି, ଯାହାକୁ ଜାଣିଲେ କଞ୍ଚା ପିଆଜର ଦୁର୍ଗନ୍ଧକୁ ଭୁଲିଯିବେ। କଣ ସେହି ସବୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ, ଜାଣନ୍ତୁ…

ରୋଗ ପ୍ରତିରୋଧକ ଶକ୍ତି ବଢାଏ
କଞ୍ଚା ପିଆଜ ଭିଟାମିନ୍-ସିର ଏକ ଉତ୍କୃଷ୍ଟ ଉତ୍ସ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଭିଟାମିନ୍-ସି ଶ୍ୱେତ ରକ୍ତ କଣିକା ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରେ, ଯାହା ଶରୀରକୁ ଜୀବାଣୁଠାରୁ ରକ୍ଷା କରିଥାଏ। ଥଣ୍ଡା ଏବଂ ଫ୍ଲୁ ପରି ସାଧାରଣ ରୋଗକୁ ରୋକିବାରେ କଞ୍ଚା ପିଆଜ ବେଶ୍ ଲାଭଦାୟକ ମଧ୍ୟ।

ହୃଦ୍‌ୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ
ପିଆଜରେ କ୍ୱେରେସିଟିନ୍ ପରି ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ଥାଏ, ଯାହା ଶରୀରରେ ଖରାପ କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ। କୋଲେଷ୍ଟ୍ରଲ୍ ସ୍ତର ନିୟନ୍ତ୍ରଣରେ ରହିଲେ ହୃଦୟ ସ୍ୱାସ୍ଥ୍ୟ ସ୍ୱାଭାବିକ ହୋଇଥାଏ। କଞ୍ଚା ପିଆଜ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି, ଉଚ୍ଚ ରକ୍ତଚାପ ହ୍ରାସ ହେବା ସହ ହୃଦରୋଗ ଆଶଙ୍କା କମ୍ ହୋଇଥାଏ।

ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ

ବିଶ୍ୱ ମାନଚିତ୍ରରେ ସାଉଦି ଆରବ ଏକ ଦେଶ ଯେଉଁଠାରେ ଗୋଟିଏ ନଦୀ କିମ୍ବା ହ୍ରଦ ମଧ୍ୟ ନାହିଁ । କିନ୍ତୁ ତଥାପି ଏହା ସମୃଦ୍ଧ ଦେଶମାନଙ୍କ ମଧ୍ୟରେ ଗଣାଯାଏ । ସାଉଦି ଆରବରେ ବର୍ଷା ମଧ୍ୟ ହୁଏନାହିଁ । ଏଠାରେ ପ୍ରତିବର୍ଷ କେବଳ ଗୋଟିଏ ରୁ ଦୁଇ ଦିନ ହି ବର୍ଷା ହୁଏ । ବର୍ଷା ଅଭାବରୁ ଭୂତଳ ଜଳ ମଧ୍ୟ ଏକତ୍ରିତ ହୋଇପାରେ ନାହିଁ ।

ଏହି କାରଣରୁ ସାଉଦି ଆରବକୁ ପାଣି ପାଇଁ ବହୁତ ଖର୍ଚ୍ଚ କରିବାକୁ ପଡିଥାଏ । ସୂଚନାଯୋଗ୍ୟ, ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ସାଉଦି ଆରବ ପ୍ରତିବର୍ଷ ଜିଡିପିର ଦୁଇ ପ୍ରତିଶତ ଜଳ ପାଇଁ ଖର୍ଚ୍ଚ କରିଥାଏ । ସାଉଦି ଆରବ ପ୍ରାୟତଃ ଭୂତଳ ଜଳ ଉପରେ ନିର୍ଭରଶୀଳ । ଆଜି ବି ଲୋକମାନେ ସେଠାରେ ଜଳ ପାଇଁ କୂଅ ବ୍ୟବହାର କରନ୍ତି । ତଥାପି, ସମଗ୍ର ଜନସଂଖ୍ୟାକୁ ଜଳ ଯୋଗାଇବା ପାଇଁ ଏହି ଭୂତଳ ଜଳ ପର୍ଯ୍ୟାପ୍ତ ନୁହେଁ ।

ତଥ୍ୟ ଅନୁଯାୟୀ, ଏଠାରେ ଥିବା ଭୂତଳ ଜଳ ମଧ୍ୟ ଶୀଘ୍ର ଶେଷ ହୋଇଯିବ । ଏହା ଏକ କୌତୁହଳପ୍ରଦ ବିଷୟ ଯେ ସାଉଦି ଆରବରେ ସମୁଦ୍ର ଜଳକୁ ପାନୀୟଜଳ ଏବଂ ଅନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । କିନ୍ତୁ ଏହି ପ୍ରକ୍ରିୟା ବହୁତ ମହଙ୍ଗା ଅଟେ । ନଦୀ ନଥିବା ସତ୍ୱେ ସାଉଦି ଆରବ ଉଭୟ ପାର୍ଶ୍ୱରେ ସମୁଦ୍ର ଦ୍ୱାରା ଘେରି ରହିଛି । ଏହି ଦୁଇଟି ସମୁଦ୍ରର ଅନେକ ବ୍ୟବସାୟିକ ଗୁରୁତ୍ୱ ମଧ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking