ଭୁବନେଶ୍ୱର: ରାଶନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀଙ୍କର ବଡ ବୟାନ । ବିଦେଶୀ ନାଗରିକଙ୍କର କଟିବ ରାଶନ କାର୍ଡ । ଚଞ୍ଚକତା କରି ରାଶନ କାର୍ଡ ହାତେଇଥିଲେ କଟିବ । ରାଶନ କାର୍ଡ ପାଇଁ ଏବେ କେୱାଇସ ଚାଲିଛି । ନଭେମ୍ବର ଦ୍ୱିତୀୟ ସପ୍ତାହ ମଧ୍ୟରେ ସରିବ କେୱାଇସ ପ୍ରକ୍ରିୟା । ଚାଉଳର କୌଣସି ଅଭାବ ନାହିଁ କହିଲେ ଯୋଗାଣମନ୍ତ୍ରୀ । ଜୁଲାଇ , ଅଗଷ୍ଟ ଓ ସେପ୍ଟେମ୍ବର ଯାଏଁ ଚାଉଳ ଉଠିଛି । ଅକ୍ଟୋବର ରୁ ଡ଼ିସେମ୍ବର ମାସର ଚାଉଳ ବଣ୍ଟା ଚାଲିଛି । ଚାଉଳ ମହଜୁଦ ଥିବାରୁ ସେ ଆଉ ଚାଉଳ ଉଠାଉ ନାଁହାନ୍ତି । ବିରୋଧୀ ବିରୋଧୀ କରିବା ତାଙ୍କର ଧର୍ମ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।