31.1 C
Bhubaneswar
Sunday, May 19, 2024
Homeଖେଳବ୍ୟାଟିଂ କୋଚ୍ ପଦ ପାଇଁ ରଠୋର୍‌ଙ୍କ ପୁନଃ ଆବେଦନ

ବ୍ୟାଟିଂ କୋଚ୍ ପଦ ପାଇଁ ରଠୋର୍‌ଙ୍କ ପୁନଃ ଆବେଦନ

ଆବୁଧାବ:  ଚଳିତ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆ ମୁଖ୍ୟକୋଚ୍ ରବି ଶାସ୍ତ୍ରୀ, ବୋଲିଂ କୋଚ୍ ଭରତ ଅରୁଣ ଏବଂ ଫିଲ୍ଡିଂ କୋଚ୍ ଆର୍‌. ଶ୍ରୀଧରଙ୍କ ସମେତ ସପୋର୍ଟ ଷ୍ଟାଫ୍ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏପରି କ୍ଷେତ୍ରରେ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ପୁଣିଥରେ ଏହି ପଦ ପାଇଁ ଆବେଦନ କରିଥିବା ମଙ୍ଗଳବାର ପ୍ରକାଶ କରିଛନ୍ତି । ଚଳିତ ଟି-୨୦ ବିଶ୍ୱକପ୍‌ରେ ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ସେ କହିଛନ୍ତି, ଯଦି ପୁଣିଥରେ ସୁଯୋଗ ମିଳେ, ତେବେ ପ୍ରତ୍ୟାବର୍ତ୍ତନ ବହୁତ ଭଲ ହେବ ।

କାରଣ ଆଗକୁ ବହୁ କାମ କରିବାକୁ ବାକିଅଛି । ଏହି ଅବସରରେ ସେ କହିଥିଲେ, ଏତେଜଣ ପ୍ରତିଭାଶାଳୀ ଖେଳାଳିଙ୍କ ସହ କାମ କରି ବହୁତ ମଜା ଉଠାଇଛି । ଏହା ଏକ ଆକର୍ଷଣୀୟ ଅନୁଭବ ଥିଲା । ବର୍ତ୍ତମାନର ସପୋର୍ଟ ଷ୍ଟାଫ୍ ମଧ୍ୟରୁ ସେ କେବଳ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଆଗ୍ରହୀ ଅଛନ୍ତି । ରାଠୋର ୨୦୧୯ରେ ସଞ୍ଜୟ ବାଙ୍ଗର୍‌ଙ୍କ ସ୍ଥାନରେ ଟିମ୍ ଇଣ୍ଡିଆ ବ୍ୟାଟିଂ କୋଚ୍ ଭାବେ ଚଳିତ ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ନିଯୁକ୍ତ ହୋଇଥିଲେ ।

ତାଙ୍କ କାର୍ଯ୍ୟକାଳରେ ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ଐତିହାସିକ ଟେଷ୍ଟ ସିରିଜ୍ ବିଜୟ ହାସଲ କରିଥିଲା ଏବଂ ଇଂଲଣ୍ଡକୁ ତା’ ମାଟିରେ ହରାଇଥିଲା । ଜଳନ୍ଧର ଜନ୍ମିତ ୫୨ ବର୍ଷୀୟ ରାଠୋର ଭାରତ ପକ୍ଷରୁ ୬ଟି ଟେଷ୍ଟ ଓ ୭ଟି ଦିନିକିଆ ମ୍ୟାଚ୍ ଖେଳି ଯଥାକ୍ରମେ ୧୩୧ ଓ ୧୯୩ ରନ୍ ସଂଗ୍ରହ କରିଥିଲେ । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ଙ୍କ ନାମରେ ୧୪୬ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୧୧,୪୭୩ ରନ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking