24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଅନ୍ତିମ ଯାତ୍ରାରେ ଦେଶର ରତ୍ନ ରତନ ଟାଟା

ଅନ୍ତିମ ଯାତ୍ରାରେ ଦେଶର ରତ୍ନ ରତନ ଟାଟା

ମୁମ୍ବାଇ : ରତନ ଟାଟାଙ୍କୁ ଶେଷ ଦର୍ଶନ ପାଇଁ ଅନେକ ଲୋକ ଏକାଠି ହୋଇଛନ୍ତି । ତାଙ୍କ ମୃତ୍ୟୁ ସାଧାରଣ ନୁହେଁ ସେ ଥିଲେ ଅନେକଙ୍କ ପ୍ରେରଣା। ଆଉ କିଛି ସମୟ ପରେ ପଞ୍ଚଭୂତରେ ଲିନ ହେବେ ରତନ ଟାଟା। ତାଙ୍କ ସମ୍ପର୍କିୟ ମଧ୍ୟ ଏବେ ତାଙ୍କର ଶେଷ ଦର୍ଶନ କରୁଛନ୍ତି। ୮୬ ବର୍ଷ ବୟସରେ ସେ ଶେଷ ନିଶ୍‌ବାଷ ତ୍ୟାଗ କରିଛନ୍ତିା ତାଙ୍କ ବିଷୟରେ ଯେତେ କହିଲେବି କମ୍ ପଡିବ। ଏହି ପରିପ୍ରେକ୍ଷୀରେ  ମହାରାଷ୍ଟ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ରର ସିନ୍ଦେ ସରକାର ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା ପ୍ରସ୍ତାବକୁ ପାରିତ କରିଛି। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନ‌ରେ ସ୍ୱର୍ଗତ ରତନ ଟାଟାଙ୍କୁ ସମ୍ମାନିତ କରିବାକୁ କେନ୍ଦ୍ରକୁ ଅନୁରୋଧ କରି ଏକ ପ୍ରସ୍ତାବ ପାରିତ କରିଛି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ନିଷ୍ପତ୍ତି ନେବ।
ରତନ ଟାଟା ଉଦ୍ୟୋଗ କ୍ଷେତ୍ରରେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ରହିଛନ୍ତି। ୨୦୦୦ ମସିହାରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ୨୦୦୮ ମସିହାରେ ରତନ ଟାଟା ପଦ୍ମବିଭୂଷଣ ସମ୍ମାନ ପାଇଥିଲେ।

ଭାରତୀୟ ଶିଳ୍ପଜଗତର ଉଜ୍ଜ୍ବଳତମ ରତ୍ନ ରତନ ଟାଟା ଆଉ ନାହାନ୍ତି। ଜଣେ ବ୍ୟକ୍ତି ରୂପେ ଆସିଥିଲେ ରତନ। ହେଲେ  ଆଜି ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି। ଶିଳ୍ପଜଗତର ଏହି ମହାନ ନାୟକଙ୍କୁ ଭାରତରତ୍ନ ଉପାଧି ମିଳିନି ସତ କିନ୍ତୁ ସେ ଥିଲେ ଭାରତର ଅସଲ ରତ୍ନ। ଟାଟା ଗ୍ରୁପ୍‌କୁ ବିଶ୍ବରେ ପରିଚିତ କରିବା‌େର ସେ ଥିଲେ ବିନ୍ଧାଣି। ଜୀବନ  ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। ତାଙ୍କ ଭଳି ଜଣେ ଶିଳ୍ପପତିଙ୍କୁ ହରାଇବା ଭାରତ ଲାଗି ଅପୂରଣୀୟ କ୍ଷତି ହୋଇଛି। ରତନ ଟାଟାଙ୍କ ଜୀବନରୁ ମିଳୁଥିବା ସବୁଠୁ ବଡ଼ ପ୍ରେରଣା ହେଉଛି ବଡ଼ ସ୍ବପ୍ନ ଦେଖିବାକୁ ଭୟ କରନାହିଁ। ସ୍ବପ୍ନ ଦେଖ ଓ ତାହାକୁ ପୂରଣ କରିବା ଲାଗି ଚେଷ୍ଟା କର। ବିଶ୍ବର ସବୁଠୁ ଶସ୍ତା କାର୍ ‘ନାନୋ’ ଥିଲା ତାଙ୍କ ମାନସସନ୍ତାନ। ଲକ୍ଷେ ଟଙ୍କାରେ ଭାରତୀୟ ପରିବାରର କାର୍ ସ୍ବପ୍ନ ପୂରଣ କରିବାକୁ ସେ କାମ କରିଥିଲେ। ନାନୋ ସମ୍ପର୍କରେ ଟାଟା କହିଥିଲେ ଯେ, ଯେତେବେଳେ ମୁଁ ଏହି କାର୍‌ର ଡିଜାଇନ୍ କଥା ଚିନ୍ତା କରିଥିଲି ସେତେବେଳେ ମୋ ମନରେ ଭାରତୀୟ ପରିବାରର ଛବି ଭାସି ଉଠୁଥିଲା। ମୁଁ ସେମାନଙ୍କ ଲାଗି ଏକ ସୁରକ୍ଷିତ କାର୍ ତିଆରି କରିବାକୁ ଚାହୁଥିଲି। ତାଙ୍କର ସେହି ଭାବନାରୁ ସେ ଭାରତୀୟ ସାଧାରଣ ଜନତାଙ୍କ କଥା କେତେ ଚିନ୍ତା କରୁଥିଲେ ତାହା ଜଣାପଡ଼ୁଛି। କାମକୁ ସେ ପୂଜା ଭାବେ ବିଚାର କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking