14.1 C
Bhubaneswar
Sunday, December 7, 2025
Homeଓଡିଶାବେଆଇନ କଂସେଇଖାନା ବନ୍ଦ କରିବା ଦାବିରେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ପ୍ରତିବାଦ

ବେଆଇନ କଂସେଇଖାନା ବନ୍ଦ କରିବା ଦାବିରେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ପ୍ରତିବାଦ

ଯାଜପୁର: ଯାଜପୁରରେ ଗୋହତ୍ୟା ଓ ବେଆଇନ କଂସେଇଖାନା ବନ୍ଦ କରିବା ପାଇଁ ଯାଜପୁର ପୋଲିସ ନିକଟରେ ଦାବି କରିଛି ରାଷ୍ଟ୍ରୀୟ ବଜରଙ୍ଗ ଦଳ । ମଙ୍ଗଳବାର ରାତିରେ ଯାଜପୁର ପୌରପାଳିକା ଅନ୍ତର୍ଗତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ନିକଟରେ ଥିବା ମଙ୍ଗଳା ମନ୍ଦିର ସମ୍ମୁଖରେ କଟା ଗୋମୂଣ୍ଡ ଓ ଗୋରୁ ଚମଡା ପଡିଥିବାର ନେଇ ଉତେଜନା ଦେଖା ଦେଇଥିଲା । ଯାହାକୁ ନେଇ ଯାଜପୁର ରାଷ୍ଟ୍ରୀୟ ବଜରଙ୍ଗ ଦଳ ଏକ ପ୍ରତିବାଦ ଶୋଭାଯାତ୍ରାରେ ଆସି ଗୋହତ୍ୟା ବନ୍ଦ କରିବା ଏବଂ ବେଆଇନ କଂସେଇଖାନା ବନ୍ଦ କରିବାକୁ ଯାଜପୁର ଥାନାରେ ଲିଖିତ ଅଭିଯୋଗପତ୍ର ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଯାଜପୁର ସହରର ବିଭିନ୍ନ ସ୍ଥାନରେ ଥିବା ବେଆଇନ କଂସେଇଖାନା ଉପରେ ଚଢାଉ କରିଥିଲା। ଖୁବଶୀଘ୍ର ବେଆଇନ କଂସେଇଖାନା ବନ୍ଦ କରାଯିବାକୁ ପଦକ୍ଷେପ ନିଆଯାଉଛି ବୋଲି ଯାଜପୁର ଥାନା ଡିଏସପି ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଅପରପକ୍ଷେ ବେଆଇନ କଂସେଇଖାନାକୁ ବନ୍ଦ କରିବାକୁ ଯାଜପୁର ପୌରପାଳିକା ତ୍ୱରିତ ପଦକ୍ଷେପ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking