27.1 C
Bhubaneswar
Sunday, September 29, 2024
Homeଓଡିଶାଅଭାବନୀୟ ଘଟଣା: ବଜ୍ରାଘାତରେ ଜଣେ ମୃତ, ୫ ଗୁରୁତର

ଅଭାବନୀୟ ଘଟଣା: ବଜ୍ରାଘାତରେ ଜଣେ ମୃତ, ୫ ଗୁରୁତର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ କୁଲୁସିଂ ପଞ୍ଚାୟତ ଅଧୀନସ୍ଥ ଆବାସିଂ ଗ୍ରାମରେ ବଜ୍ରାଘାତରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୫ ଜଣ ଗୁରୁତର ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଆବାସିଂ ଗ୍ରାମରେ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା। ଏଥିରେ ଗ୍ରାମର ଗୋଟିଏ ଘରେ ସମସ୍ତେ ଏକାଠି ବସି ଘରେ ଖାଉଥିବା ବେଳେ ସନ୍ଧ୍ୟା ସାଢ଼େ ୬ଟାରେ ବଜ୍ରାଘାତ ହୋଇଥିଲା। ଏହାଦ୍ୱାରା ଅଦଗା ଗମାଙ୍ଗ (୬୨) ଘଟଣା ସ୍ଥଳେ ହିଁ ମୃତ୍ୟୁବରଣ କରିଥିଲେ। ଏଣେ ହେମନ୍ତ ଗମାଙ୍ଗ(୪୮), ନରେନ ରଇତ (୨୫), ଅନବିତା ଶବର(୨୫), ନିନୁତୀ ଭୂୟାଁ (୩୨) ଓ ଅସ୍ମିତା ଗମାଙ୍ଗ(୧୯) ଆହତ ହୋଇଥିଲେ। ଖବର ପାଇ ଥାନାଧିକାରୀ ନିଳାମ୍ବର ଜାନୀ ଘଟଣାସ୍ଥଳରେ ପହଁଚି ଥିବାବେଳେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରେ ଅନେକ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ମୃତ ମହିଳାଙ୍କ ଶବ ଆଜି ବ୍ୟବଛେଦ କରାଯିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking