ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଆଦିବାସୀ ପ୍ରାଧାନ୍ୟ ଆଲିରାଜପୁର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକା ଦୁଷ୍କର୍ମ ପୀଡିତା ଏବଂ ଆରୋପୀକୁ ବାନ୍ଧି ଏକ ଶୋଭାଯାତ୍ରାରେ ନିଆଯାଇଥିଲା । ଘଟଣାର ଭିଡିଓ ଭାଇରାଲ ହେବାପରେ ମାମଲା ସାମନାକୁ ଆସିଥିଲା । ପୀଡିତାଙ୍କ ଅଭିଯୋଗ ପରେ, ଏଫ୍ଆଇଆର୍ ରେଜିଷ୍ଟ୍ରେସନ୍ କରି ଏକ ମାମଲା ଦାଖଲ କରାଯାଇଛି ।
ଏହି ଆଶ୍ଚର୍ୟ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ଆଲିରାଜପୁର ଜିଲ୍ଲାର ଜୋବାଟ ପୋଲିସ ଷ୍ଟେସନ ଅଞ୍ଚଳରେ ଅଟେ । ରବିବାର ଦିନ ଦୁଷ୍କର୍ମ ପୀଡିତା ଏବଂ ଅଭିଯୁକ୍ତ ଯୁବକକୁ ଦଉଡିରେ ବାନ୍ଧି ଦିଆଯାଇଥିଲା ଓ ଏକ ଶୋଭାଯାତ୍ରାରେ ନିଆଯାଇଥିଲା । ନାବାଳିକା ପୀଡିତା ଅଭିଯୋଗ କରିଛନ୍ତି ଯେ ନିକଟ ଗ୍ରାମରେ ରହୁଥିବା ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ପୀଡିତାଙ୍କ ସମ୍ପର୍କୀୟ ଏବଂ ପରିବାର ଲୋକ ତାଙ୍କୁ ମାଡ ମାରିବା ସହ ଅଭିଯୁକ୍ତ ସହ ବାନ୍ଧି ଗାଁକୁ ନେଇ ଯାଇଥିଲେ ।
ଏହି ସମୟରେ ଗ୍ରାମବାସୀମାନେ ମୋବାଇଲରେ ଭିଡିଓ ମଧ୍ୟ କରିଥିଲେ ଯାହା ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ମାମଲା ସାମ୍ନାକୁ ଆସିବା ପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଆସିଥିଲେ ଏବଂ ମାମଲା ବିଷୟରେ ସୂଚନା ନେଇଥିଲେ । ପୀଡିତାଙ୍କ ବିବୃତ୍ତି ଆଧାରରେ ଦୁଇଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ପ୍ରଥମଟି ଦୁଷ୍କର୍ମ ଅଭିଯୁକ୍ତଙ୍କ ବିରୁଦ୍ଧରେ, ଦ୍ୱିତୀୟଟି ପୀଡିତାଙ୍କ ପରିବାରବର୍ଗଙ୍କ ବିରୁଦ୍ଧରେ ।
ଏହି ପ୍ରସଙ୍ଗରେ ସୂଚନା ଦେଇ ଜୋବାଟ ଏସଡିଏପି ଦିଲୀପ ସିଂ ବିଲାୱାଲ କହିଛନ୍ତି ଯେ , ଏହି ଘଟଣା ଜୋବାଟ ପୋଲିସ ଷ୍ଟେସନର ଏକ ଗାଁରେ ଘଟିଛି । ଜଣେ ନାବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିଥିଲା । ଏହା ପରେ ପୀଡିତାଙ୍କ ପରିବାରବର୍ଗ ପୀଡିତାଙ୍କୁ ନିର୍ଯ୍ୟାତନା ଦେଇ ଏକ ଶୋଭାଯାତ୍ରାରେ ବାହାରିଥିଲେ । ଏବେ ପୋଲିସ ଉଭୟ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ।