ଭୁବନେଶ୍ୱର: ଋଣ ନେଇଥିଲେ । ୧ ମାସ ପରେ ଫେରାଇବା ପାଇଁ କଥା ଦେଇଥିଲେ । ହେଲେ ଟଙ୍କା ଫେରସ୍ତ କରୁ ନ ଥିଲେ । ଟଙ୍କା ମାଗିବାରୁ ଯୁବକ ଜଣଙ୍କ ଜଣେ ମହିଳାଙ୍କୁ ବଳାତ୍କାର କରିଛନ୍ତି । ରାଜଧାନୀ ମେ ଶ୍ୱର ଥାନା ଅ ଳର ଏଭଳି ଅଭାବନୀୟ ଘଟଣା ଘଟିଛି । ମହିଳା ଜଣଙ୍କ ମଙ୍ଗଳବାର ଅଭିଯୋଗ ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣଙ୍କ କେନ୍ଦ୍ରାପଡ଼ାର ମୃତ୍ୟୁଞ୍ଜୟ ପାତ୍ର ବୋଲି ପୀଡ଼ିତା ଅଭିଯୋଗରେ କହିଛନ୍ତି ।
ଅନ୍ୟପଟେ ପୋଲିସ ପୀଡ଼ିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଇଛି । ସେହିପରି ମହିଳାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ତେବେ ମାମଲାରେ ଅଧିକ ତଦନ୍ତ କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଥାନାଧିକାରୀ କହିଛନ୍ତି । ଏଭଳି ଘଟଣା ଘଟିବା ପରେ ରାଜଧାନୀରେ ଚା ଲ୍ୟ ଖେଲିଯାଇଛି । ଅଭିଯୋଗ ଅନୁଯାୟୀ, ଗଜପତିନଗର ଅ ଳରେ ଉକ୍ତ ମହିଳାଙ୍କ ଏକ ସଉଦା ଦୋକାନ ରହିଥିବା ବେଳେ ସମ୍ପୃକ୍ତ ଯୁବକ ଜଣଙ୍କ ତାଙ୍କ ଦୋକାନକୁ ଆସି ସଉଦା ନେଇଥାନ୍ତି । ଏପରିକି ବିଭିନ୍ନ ସମୟରେ ଯୁବକ ଜଣଙ୍କ ବିନା ଟଙ୍କାରେ ବାକି ମଧ୍ୟ ନିଅନ୍ତି ।
ଏହି ସମୟରେ ମହିଳାଙ୍କ ସହଯୁବକ ଜଣଙ୍କ ଅତି ନିକଟତର ହୋଇଥିଲେ । ତାଙ୍କ ସହ ବିଶ୍ୱାସ ଜନ୍ମାଇଥିଲେ । ହଠାତ ଦିନେ ବାପାଙ୍କ ଦେହ ଅସୁସ୍ଥ ଥିବା କହିଥିଲେ ଯୁବକ ଜଣଙ୍କ । ଏଥିପାଇଁ ୫୦ ହଜାର ଟଙ୍କା ମହିଳାଙ୍କୁ ସେ ମାଗିଥିଲେ । ମହିଳା ଜଣଙ୍କ ତାଙ୍କୁ ଏହି ଟଙ୍କା ଦେଇଥିଲେ । ଏହି ଋଣ ଟଙ୍କା ୧ ମାସ ମଧ୍ୟରେ ଫେରସ୍ତ କରିବାକୁ ମଧ୍ୟ ଯୁବକ ଜଣଙ୍କ କଥା ଦେଇଥିଲେ । ହେଲେ ଏହାପରେ ଯୁବକ ଜଙ୍କ ଧରାଛୁଆଁ ଦେଇ ନ ଥିଲେ । ଟଙ୍କା ମାଗିଲେ ଫୋନ ଉଠାଉ ନ ଥିଲେ । ପରେ ମାର୍ଚ୍ଚ ୨୯ ସାରେ ଘରକୁ ଯାଇ ଟଙ୍କା ଫେରାଇ ଦେବାକୁ ଯୁବକ ଜଣଙ୍କ କହିଥିଲେ ।
ସେହି ଦିନ ସ୍ୱାମୀଙ୍କ ଯୁବକ ଜଣଙ୍କ ପୀଡ଼ିତାଙ୍କ ଘରକୁ ଯାଇଥିଲେ । ଏହି ସମୟରେ କବାଟ ବନ୍ଦ କରି ମହିଳାଙ୍କୁ ଯୁବକ ଜଣଙ୍କ ଜୋର ଜବରଦସ୍ତି ବଳାତ୍କାର କରିଥିଲେ । ସବୁଠୁ ବଡ଼ା କଥା ହେଉଛି କି, ଏହି ସମୟରେ ଯୁବକ ଜଣଙ୍କ ଭିଡିଓ ଉେ ।ଳନ କରିଥିଲେ । କଥା ନ କହିବାକୁ ପାଇଁ ହତ୍ୟା ଧମକ ଦେଇଥିଲେ ବୋଲି ପିଡ଼ୀତା କହିଛନ୍ତି । ତେବେ ପୋଲିସ ଏହି ମାମଲାକୁ ଅତି ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରଖିଛି ।