25.1 C
Bhubaneswar
Wednesday, October 23, 2024
Homeଅପରାଧମହିଳାଙ୍କୁ ଗଣଦୁଷ୍କର୍ମ, ୫ ଗିରଫ

ମହିଳାଙ୍କୁ ଗଣଦୁଷ୍କର୍ମ, ୫ ଗିରଫ

ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରା ସହରରେ ଜଣେ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ସାମିଲ ଅଛନ୍ତି । ପୀଡିତା ଜଣକ ଏକ ହୋଟେଲରେ କାର୍ଯ୍ୟ କରୁଥିଲେ ।

ଉକ୍ତ ହୋଟେଲର କେତେକ ପୁରୁଷ ଓ ମହିଳା କର୍ମଚାରୀ ପୀଡିତାଙ୍କୁ ଯୌନ ବ୍ୟବସାୟରେ ନିୟୋଜିତ କରିବାକୁ ପ୍ରବର୍ତ୍ତାଇଥିଲେ । ଏଥିରେ ଅରାଜି ହେବାପରେ ସେମାନେ ବଳପୂର୍ବକ ମହିଳାଙ୍କୁ ଏକ ପ୍ରକୋଷ୍ଠକୁ ଟାଣିନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିବା ସହ ଏହାର ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଏତଲାକୁ ଆଧାର କରି ପୁଲିସ ୫ ଜଣଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking