ମହାରାଷ୍ଟ୍ର : ଦିଲ୍ଲୀ ନିର୍ଭୟା ଘଟଣାର ଏଯାଏଁ ସମାଧାନ ନ ହେଉଣୁ । ନିର୍ଭୟା ଭଳି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ମୁମ୍ବାଇ ଅଞ୍ଚଳରେ । ମହାରାଷ୍ଟ୍ରର ନାଗପୁରର ପାରଡ଼ି ଅଞ୍ଚଳରେ ଏହି ଘଟଣା ଘଟିଛି । ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିବାରେ ଲାଗିଛି । ତେବେ ଜଣେ ୧୯ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ଼ ଭର୍ତ୍ତି କରି ଦିଆଯାଇଥିବା ଜଣାପଡିଛି ।
ପୁଲିସର କହିବାନୁସାରେ, ଏହି ଘଟଣା ଗତ ଜାନୁଆରି ୨୧ତାରିଖରେ ପାରାଡି ଥାନା ଅଞ୍ଚଳରେ ଘଟିଥିଲା । ପୀଡ଼ିତା ଯୁବତୀ, ତାଙ୍କ ଭାଇ , ଦୁଷ୍କର୍ମ ଅଭିଯୁକ୍ତ ଓ ଅନ୍ୟ ଜଣେ ମହିଳା ଏକ ଭଡ଼ା ଘର କରି ରହୁଥିଲେ । ପୀଡ଼ିତାଙ୍କ ଭାଇ ଓ ତାଙ୍କ ମହିଳା ସାଙ୍ଗ କୌଣସି କାମରେ ନିଜ ଗାଁକୁ ଯାଇଥିଲେ । ଯୁବତୀ ଜଣକ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ବଳପୂର୍ବକ ତାଙ୍କ ମୁହଁରେ କପଡ଼ା ଦେଇ ଯୁବତୀ ଜଣଙ୍କୁ ଅଚେତ କରାଇଦେଇଥିଲା । ଯୁବତୀ ଜଣକ ଅଚେତ ହେବା ପରେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା ଖାଲି ସେତିକି ନୁହେଁ ଦୁଷ୍କର୍ମ କରିବା ପରେ ତା’ର ମନ ପୂରି ନଥିଲା ଯେ ସେ ଯୁବତୀଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରିଦେଇଥିଲା । ପରେ ଅଭିଯୁକ୍ତ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଯୁବତୀଙ୍କ ଭାଇ ଗାଁରୁ ଫେରିବା ପରେ ଯୁବତୀ ଜଣକ କାନ୍ଦିକାନ୍ଦି ଭାଇ ଆଗରେ ନିଜ ସହିତ ଘଟିଥିବା ଦୁଷ୍କର୍ମ ବିଷୟରେ ଜଣାଇଥିଲେ । ଯୁବତୀଙ୍କ ଭାଇ ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ଶେଷରେ ଏହି ଟିମ୍ ଅଭିଯୁକ୍ତକୁ କାବୁ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ନାମ ଯୋଗୀଲାଲ ରାହଙ୍ଗଡାଲେ । ସେ ଏକ ଚର୍ଖା ମିଲ୍ରେ ସୁପରଭାଇଜର ଭାବେ କରୁଥିବା ଜଣାପଡ଼ିଛି ।