32.1 C
Bhubaneswar
Thursday, March 28, 2024
Homeଓଡିଶାଆଜି ମହାପ୍ରଭୁ ପଦ୍ମବେଶରେ ଭକ୍ତମାନଙ୍କୁ ଦେଉଛନ୍ତି ଦର୍ଶନ

ଆଜି ମହାପ୍ରଭୁ ପଦ୍ମବେଶରେ ଭକ୍ତମାନଙ୍କୁ ଦେଉଛନ୍ତି ଦର୍ଶନ

ପୁରୀ :ଆଜି ପଦ୍ମବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁସାରେ ବଡ଼ଛଡ଼ା ମଠ ଦ୍ଵାରା ମହାପ୍ରଭୁଙ୍କ ପଦ୍ମବେଶ କରାଯାଏ। ମାଘମାସର ପ୍ରତିପଦ ଓ ବସନ୍ତ ପଞ୍ଚମୀ ମଧ୍ୟବର୍ତ୍ତୀ ବୁଧବାର କିମ୍ବା ଶନିବାରରେ ଏହି ବେଶ କରାଯାଏ। ମୁଖପଦ୍ମ ସହିତ, ପଦ୍ମ ପାଖୁଡା, ବେତ ନିର୍ମିତ ଓ ସୋଲ ପଦ୍ମ ଖଚିତ ଏକ ତ୍ରିକୋଣର ଟାହିଆ ଲାଗି କରାଯାଏ। ଶ୍ରୀଭୁଜରେ ପଦ୍ମ ଫୁଲ ଲାଗିହୁଏ। ସକାଳ ମଙ୍ଗଳ ଆଳତୀ ପରେ ସାହାଣ ମେଲା ହୋଇ ପ୍ରାୟ ୧୧ଟା ୩୦ ଯାଏଁ ଭକ୍ତମାନେ ମହାପ୍ରଭୁଙ୍କୁ ଏହି ବେଶରେ ଦର୍ଶନ କରିଥାନ୍ତି। ଶ୍ରୀମନ୍ଦିର କୋଠଭୋଗ ଚୁଲିରେ ଏହାକୁ ବ୍ୟବହାର କରାଯାଇ କ୍ଷୀରି ଓ ଅମାଲୁ ଭୋଗ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କ ନିକଟରେ ଲାଗି ହୁଏ। ୩୦୦ ବର୍ଷ ଧରି ଏହି ପରମ୍ପରା ରହି ଆସିଛି ।
https://onakhabar.com/2020/01/29/acid-attack-on-uttar-pradesh/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking