31.1 C
Bhubaneswar
Sunday, May 19, 2024
Homeସ୍ୱାସ୍ଥ୍ୟସ୍ୱାସ୍ଥ୍ୟ ପାଇଁ ରାମବାଣ ବ୍ଲୁବେରି

ସ୍ୱାସ୍ଥ୍ୟ ପାଇଁ ରାମବାଣ ବ୍ଲୁବେରି

ଭୁବନେଶ୍ୱର : ସାଧାରଣତଃ ଲୋକମାନେ ଫଳ ମଧ୍ୟରୁ କେବଳ ଡାଳିମ୍ବ, ସେଓ, କମଳା ଓ କଦଳୀ ଆଦିକୁ ବେଶି ଖାଇଥାଆନ୍ତି ।ହେଲେ ବିଶେଷଜ୍ଞଙ୍କ କହିବା ଅନୁସାରେ ନୀଳ ରଙ୍ଗର ଏହି ଫଳ ଯାହାର ନାମ ବ୍ଲୁବେରି । ଏହା ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।ବ୍ଲୁବେରି କେବଳ ସ୍ଵାଦରେ ନୁହେଁ ହୃଦ୍ ରୋଗଠୁ ଆରମ୍ଭ କରି କ୍ୟାନ୍ସର ଭଳି ଭୟଙ୍କର ରୋଗ ପାଇଁ ‘ରାମବାଣ’ ସଦୃଶ୍ୟ ହୋଇଥାଏ । ବ୍ଲୁବେରିରେ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ପରିମାଣାରେ ଥାଏ । ଏଥିରେ ଥିବା ଆଣ୍ଥୋସାୟାନିନ ପରି ଫ୍ଲାଭୋନାଏଡ ଶରୀରରେ କ୍ଷତିକାରକ ମୁକ୍ତ ରେଡିକାଲକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହି ଆଣ୍ଟିଅକ୍ସିଡାଣ୍ଟ କୋଷଗୁଡ଼ିକୁ ଅକ୍ସିଡେଟିଭ୍ ଚାପରୁ ରକ୍ଷା କରିଥାଏ ଏବଂ କର୍କଟ, ହୃଦରୋଗ ପରି ରୋଗର ଆଶଙ୍କା ହ୍ରାସ କରିଥାଏ । ବ୍ଲୁବେରିରେ ଭିଟାମିନ୍ସ ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୂରମାତ୍ରାର ରହିଥାଏ । ତେଣୁ ଏହାକୁ ଖାଇଲେ ଏନର୍ଜି ଲେବଲ ବଢିଥାଏ । ଏହାସହିତ ରକ୍ତ ସଞ୍ଚାଳନ ମଧ୍ୟ ଭଲରେ ହୋଇଥାଏ । ବ୍ଲୁବେରି ଡାଏଟାରୀ ଫାଇବରର ଏକ ଉତ୍ତମ ଉତ୍ସ, ଯାହା କୋଷ୍ଠକାଠିନ୍ୟକୁ ରୋକିବା ସହ ଖାଦ୍ୟକୁ ସହଜରେ ହଜମ କରିବାରେ ସାହାର୍ଯ୍ୟ କରିଥାଏ। ଏହା ବ୍ୟତୀତ ପେଟ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ବ୍ଲୁବେରି । ଏହା ରକ୍ତରେ ଥିବା ସୁଗର ଲେବଲକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ ଏକ ଅଧ୍ୟୟନ ଅନୁଯାୟୀ, ବ୍ଲୁବେରି ଖାଇବା ଦ୍ୱାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ମଧ୍ୟ କମିଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking