ଭୁବନେଶ୍ୱର: ରେଢାଖୋଲ ଓଟିଭି ପ୍ରତିନିଧି ରମାକାନ୍ତ ମହାନନ୍ଦଙ୍କ ମୃତ୍ୟୁ ଘଟଣା । ହତ୍ୟା ଅଭିଯୋଗ ଆଣିଛନ୍ତି ରମାକାନ୍ତଙ୍କ ବଡ ଭାଇ । ହତ୍ୟା ଆଭିଯୋଗ ଆଣି ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗ କଲେ ମୃତ ରମାକାନ୍ତଙ୍କ ବଡ ଭାଇ ଉମାକାନ୍ତ ମହାନନ୍ଦ । କରି ଲିଖିତ ଅଭିଯୋଗ ଅନୁସାରେ, ଗଞ୍ଜେଇ ଚାଲାଣ ଓ ଅନ୍ୟାନ୍ୟ ଖବର ସଂଗ୍ରହ କରୁଥିବାରୁ ହତ୍ୟା ସନ୍ଦେହ । କେହି ଦୁର୍ବୃତ୍ତ ହତ୍ୟା କରି ମାରି ପକାଇ ଦୁର୍ଘଟଣା ରୂପ ଦେଇ ପଳାଇଛି । ଦୋଷୀଙ୍କୁ ଧରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛି ବୋଲି ଲେଖିଛନ୍ତି ରାମାକାନ୍ତଙ୍କ ବଡ ଭାଇ । ସୂଚନାଯୋଗ୍ୟ, ଗତକାଲି ରେଢାଖୋଲ ଓଟିଭି ପ୍ରତିନିଧି ରମାକାନ୍ତ ମହାନନ୍ଦଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସମ୍ବଲପୁର ଜିଲ୍ଲା ନାକଟି ଦେଉଳ ପାଖରେ ସଡକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ସେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ନିଆଯାଇଥିଲା । ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ୱେ ମଧ୍ୟ ବଞ୍ଚିପାରିନଥିଲେ ରମାକାନ୍ତ ମହାକାନ୍ତ । ସେଠାରେ ରମାକାନ୍ତକୁ ମୃତ ଘୋଷଣା କରିଛନ୍ତି ଭୀମସାର ଅଧୀକ୍ଷକ ।









