34.5 C
Bhubaneswar
Monday, July 13, 2026
Homeଦେଶ ବିଦେଶରାଜନୀତିରୁ ସନ୍ନ୍ୟାସ ନେଲେ ରାମ ନିବାସ ଗୋଏଲ୍

ରାଜନୀତିରୁ ସନ୍ନ୍ୟାସ ନେଲେ ରାମ ନିବାସ ଗୋଏଲ୍

ନୂଆଦିଲ୍ଲୀ: ନିର୍ବାନର ଠିକ୍‌ ପୂର୍ବରୁ ଦିଲ୍ଲୀ ବିଧାନସଭା ବାଚସ୍ପତି ଓ ଆମ୍ ଆଦ୍‌ମୀ ପାର୍ଟିର ବରିଷ୍ଠ ବିଧାୟକ ରାମ ନିବାସ ଗୋଏଲ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ଏନେଇ ରାମ ନିବାସ ଗୋଏଲ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି। ଅରବିନ୍ଦ କେଜ୍ରିଓ୍ୱାଳଙ୍କୁ ଲେଖିଥିବା ଚିଠିରେ ରାମ ନିବାସ ଗୋଏଲ କହିଛନ୍ତି ଯେ, ‘ଗତ ୧୦ ବର୍ଷ ଧରି ମୁଁ ବିଧାନସଭାର ବିଧାୟକ ତଥା ବାଚସ୍ପତି ଭାବରେ ମୋର ଦାୟିତ୍ୱକୁ ଦକ୍ଷତାର ସହ ପାଳନ କରିଛି। ତୁମେ ମୋତେ ସବୁବେଳେ ବହୁତ ସମ୍ମାନ ଦେଇଛ, ଯାହା ପାଇଁ ମୁଁ ତୁମ ପାଖରେ ସର୍ବଦା କୃତଜ୍ଞ ରହିବ। ଦଳ ଏବଂ ସମସ୍ତ ବିଧାୟକ ମଧ୍ୟ ମୋତେ ବହୁତ ସମ୍ମାନ ଦେଇଛନ୍ତି, ଏଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ମୋର ବୟସ ହେତୁ ମୁଁ ରାଜନୀତିରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking