ଭୁବନେଶ୍ୱର: ଗୁଡ୍ଡୁ ମୁସଲିମ ବରଗଡ ଆସିବା ଘଟଣାକୁ ନେଇ ବିଗେପିର ଟାର୍ଗେଟ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଗୁଡ୍ଡୁ ମୁସଲିମ ଓଡିଶା ଆସିଥିବା ଉତ୍ତର ପ୍ରଦେଶ ଏସଟିଏଫ୍ ଜାଣିପାରିଲା । ଓଡିଶା ପୋଲିସ କଣ କରୁଥିଲା ଓଡିଶା ପୋଲିସ ଗୋଇନ୍ଦା ପୂରା ଫେଲ୍ ।
ଗୁଡ୍ଡୁ ମୁସଲିମର ସହଯୋଗୀ ରାଜା ଖାଁର ଘର ଭଟଲି । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂହଙ୍କ ସହଯୋଗୀ ହେଉଛି ରାଜା ଖାଁ । ସୁଶାନ୍ତଙ୍କ ଅପରାଧ ସାମ୍ରାଜ୍ୟରେ ବଡ କାର୍ପଟଦାର ହେଉଛି ରାଜା । ଅପରାଧୀ ମାନେ ଓଡିଶାକୁ ସୁରକ୍ଷିତ ସ୍ଥାନ ମନେକରି ଏଠାକୁ ଆସୁଛନ୍ତି । ଓଡିଶାରେ ଅପରାଧୀମାନେ ସୁରକ୍ଷିତ କିନ୍ତୁ ମହିଳାମାନେ ଏଠାରେ ଅସୁରକ୍ଷିତ । ଲେଖାଶ୍ରୀଙ୍କ ଆରୋପ ନେଇ ସୁଶାନ୍ତ ସିଂହଙ୍କ ପ୍ରତିକ୍ରିୟା ଏବେ ଯାଏଁ ମିଳିପାରିନାହିଁ ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।