28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶରାଜୀବ ଗାନ୍ଧୀଙ୍କ ହତ୍ୟାକାରୀର ହୃଦଘାତରେ ଚାଲିଗଲା ଜୀବନ

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀର ହୃଦଘାତରେ ଚାଲିଗଲା ଜୀବନ

ଚେନ୍ନାଇ:ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀର ମୃତ୍ୟୁ ଘଟିଛି। ଜେଲରୁ ମୁକ୍ତ ହୋଇସାରିଥିବା ରାଜୀବ ଗାନ୍ଧୀଙ୍କ ୭ଜଣ ହତ୍ୟାକାରୀଙ୍କ ମଧ୍ୟରୁ ବୁଧବାର ଜଣକର ମୃତ୍ୟୁ ଘଟିଛି। ହୃଦଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ହୃଦଘାତ ହେବା ପରେ ତାଙ୍କୁ ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାର ଜଣେ ଅଧିକାରୀ କହିଛନ୍ତି ଯେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ଟି ସୁଥେନ୍ଦ୍ରରାଜ ଓରଫ ସନ୍ଥନ। ଯକୃତରେ ସମସ୍ୟା ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ହେବ ସେଠାରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ଆଜି ସକାଳ ୭ଟା ୫୦ମିନିଟରେ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି।ସୂଚନାନୁସାରେ , ୧୯୯୧ରେ ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ ଏଲାମ ସହ ଜଡିତ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଦ୍ବାରା ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ସିବିଆଇ ଅନୁଯାୟୀ ସନ୍ଥନ୍ ଏଲଟିଟିଇର ଗୁଇନ୍ଦା ଦଳର ସଦସ୍ୟ ଥିଲେ ଏବଂ ଏହି ହତ୍ୟାକାଣ୍ଡର ଷଡଯନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେ‌ଳେ ୧୯୯୯ରେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ୩ଜଣକ ମଧ୍ୟରେ ଥିଲେ ସନ୍ଥନ। ହେଲେ ପରେ ତାଙ୍କ ମୃତ୍ୟୁଦଣ୍ଡକୁ କୋହଳ କରାଯାଇ ୨୦୨୨ରେ ତାଙ୍କୁ ଜେଲରୁ ମୁକ୍ତ କରିଦିଆଯାଇଥିଲା। ଜେଲରୁ ବାହାରିବା ପରେ ତାଙ୍କର ଯକୃତରେ ସମସ୍ୟା ଦେଖାଯାଇଥିଲା। ବିଭିନ୍ନ ପରୀକ୍ଷା କରାଯିବା ପରେ ତାଙ୍କର ଯକୃତ ସମ୍ପୂର୍ଣ୍ଣ ଭାବେ କାମ କରିବା ବନ୍ଦର କରିସାରିଥିବା କହିଥିଲେ ଡାକ୍ତର। ଏନେଇ ଚିକିତ୍ସା ଚାଲିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking