27.8 C
Bhubaneswar
Saturday, June 13, 2026
Homeଦେଶ ବିଦେଶମଦ ପିଇ ୧୨ ମୃତ

ମଦ ପିଇ ୧୨ ମୃତ

ପାଟନା : ବିହାରର ସିୱନ ଓ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ୧୨ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ଗୁରୁତର ଅସୁସ୍ଥ ଅନ୍ୟ ୧୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ କାର୍ୟ୍ୟାନୁଷ୍ଠାନ ଭୟରେ ଆଉ କେତେକ ମଦ୍ୟପ ଲୁଚି ରହିଥିବା ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପୁଲିସ ଓ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଘଟଣାର ତଦନ୍ତ ନିମନ୍ତେ ଏକ ଦଳ ଗଠନ କରାଯାଇଛି। ବିହାରରେ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବାବେଳେ ନିୟମିତ ବ୍ୟବଧାନରେ ଏଠାରେ ମଦମୃତ୍ୟୁ ଘଟଣା ଦେଖିବାକୁ ମିଳୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking