33.1 C
Bhubaneswar
Saturday, October 5, 2024
Homeଓଡିଶାଆଜିଠାରୁ ରାଜ୍ୟରେ କମିବ ବର୍ଷା

ଆଜିଠାରୁ ରାଜ୍ୟରେ କମିବ ବର୍ଷା

ଭୁବନେଶ୍ୱର: ଆଜିଠାରୁ  ରାଜ୍ୟରେ କମିବ ବର୍ଷାର ପରିମାଣ । ବିଶେଷ ଭାବେ ଉପକୂଳ ଓଡିଶା ସହ ପାଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ଷାର ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଅକ୍ଟୋବର ମାସରେ ବର୍ତ୍ତମାନସୁଦ୍ଧା ୮୫ ମିମି ବର୍ଷା ହୋଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ବାତ୍ୟା ପାଇଁ କୌଣସି ସ୍ପଷ୍ଟ ଆକଳନ କରାଯାଇନାହିଁ । ଅନ୍ୟପଟେ ଟ୍ୱିନସିଟି କଟକ ଏବଂ ଭୁବନେଶ୍ୱରରେ ମେଘୁଆ ପାଗ ସହ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି ।

ଏହାସହ ଅତ୍ୟଧିକ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓ ସକାଳର ଉତ୍ତାପ ଯୋଗୁଁ ରାଜ୍ୟରେ ବିଜୁଳି ଘଡି ଘଡି ସହ ବର୍ଷା ହେଉଛି । ତେଣୁ କଳାହାଣ୍ଡିଆ ମେଘ ଦେଖିଲେ ଘରେ ରୁହନ୍ତୁ ଏବଂ ସୁରକ୍ଷିତ ସ୍ଥାନରେ ରୁହନ୍ତୁ ବୋଲି ସଚେତନ କରାଯାଇଛି । ଏହାସହ ଆସନ୍ତା ୧୪ ରୁ ୧୭ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ଷାର ପରିମାଣ କମିଲେ ଧୀରେ ଧୀରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ ବୋଲି  ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ।  ମଙ୍ଗଳବାର ଠାରୁ ବର୍ଷାର ପରିମାଣ ଧିରେ ଧିରେ କମିବ ଏବଂ ଏହା ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking