ୱେଲିଂଟନ: ନ୍ୟୁଜିଲାଣ୍ଡରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ସୂଚନା ମିଳିଛି । ଏନେଇ ଶନିବାର ସୂଚନା ଦେଇଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିସ ହିପକିନ୍ସ । ମୃତ ୩ ଜଣ ନ୍ୟୁଜିଲାଣ୍ଡର ହିଁ ବାସିନ୍ଦା ରହିଥିବା ସୂଚନା । ଗତ କିଛି ଦିନ ହେବ ନ୍ୟୁଜିଲାଣ୍ଡର ଅନେକ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷା ୩ ଜଣଙ୍କ ପ୍ରାଣ ନେଇଥିବା ବେଳେ ଅନେକ କ୍ଷତକ୍ଷତି ଘଟାଇଛି । ଅନେକ ଲୋକ ବାସହରା ହୋଇଥିବା ବେଳେ ହାହାକାର ସ୍ଥିତି ଉପୁଜିଛି । ପ୍ରଧାନମନ୍ତ୍ରୀ କ୍ରିସ ହିପକିନ୍ସ କ୍ଷୟକ୍ଷତିର ଆକଳନ କରିବା ସହ ୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କ୍ରିସ ହିପକିନ୍ସ ନିଜେ ମ ଉତ୍ତରରେ ଥିବା ହ୍ୱୁଆପାଇ ଯାଇ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ଲୋକମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।
ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ କ୍ରିସ ହିପକିନ୍ସ ସୋସିଆଲ ମିଡ଼ିଆରେ କହିଛନ୍ତି, “ମୋର ଚିନ୍ତାଧାରା ସମସ୍ତ ନାଗରୀକଙ୍କ ସହ ସମାନ । ପାଣିପାଗ ଅନୁକୁଳ ନଥିବା ଯୋଗୁଁ କ୍ଷୟକ୍ଷତି ହୋଇଥିବା ସ୍ଥାନକୁ ଯିବା ପାଇଁ ବିଳମ୍ବ ହେଲା । ପରସ୍ପରକୁ ଦେଖ । ଆମେ ତୁମକୁ ଯଥାସମ୍ଭବ ସମର୍ଥନ ଜଣାଇବୁ । ଧୌର୍ଯ୍ୟର ସହ ଏକ ହୋଇ କାମ କର । ଆମେ ତୁମକୁ ଯଥା ସମ୍ଭବ ସାହାଯ୍ୟ ଜଣାଇବୁ । ଦୟାଳୁ ଏବଂ ଧୈର୍ଯ୍ୟବାନ ହୋଇ କାମ କରନ୍ତୁ ।