34.1 C
Bhubaneswar
Saturday, May 18, 2024
Homeଓଡିଶାଭୁବନେଶ୍ୱରପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସତର୍କ କଲେ କୃଷି ମନ୍ତ୍ରୀ, ୫ ଜିଲ୍ଲା ପାଇଁ...

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସତର୍କ କଲେ କୃଷି ମନ୍ତ୍ରୀ, ୫ ଜିଲ୍ଲା ପାଇଁ ଆଡଭାଇଜରି ଜାରି

ଭୁବନେଶ୍ଵର : ସମ୍ଭାବ୍ୟ ବାତ୍ୟା ଅସାନୀକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସତର୍କ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ। ୫ ଜିଲ୍ଲାକୁ ଜାରି ହେଲା ଆଡଭାଇଜରି। ସମ୍ଭାବ୍ୟ ବାତ୍ୟା ବର୍ଷା ପ୍ରଭାବରେ ଚାଷୀ ଯେପରି କ୍ଷତିଗ୍ରସ୍ତ ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ କ୍ଷୟକ୍ଷତି ଉପରେ ନଜର ରଖିବାକୁ କୁହାଯାଇଛି।

ସୂଚନା ଅନୁଯାୟୀ, ବାତ୍ୟା କ୍ରମଶଃ ଦୁର୍ବଳ ହେଉଛି। ତେବେ ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ପାଗ ମେଘୁଆ ରହିବ। ଆସନ୍ତାକାଲି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢିବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ( ୭ ରୁ ୧୧ ସେମି ) ବର୍ଷା ସମ୍ଭାବନା ରହିଛି।

ପୁରୀଠାରୁ ଏହା ୫୯୦ କି.ମି ଦୂରରେ ଥିବାବେଳେ ଗୋପାଳପୁର ଠାରୁ ୫୧୦ କି.ମି ଦୂରରେ ରହିଛି। ଆଜି ସନ୍ଧ୍ୟାରେ ବାତ୍ୟା ଆନ୍ଧ୍ର ଉପକୂଳ ନିକଟ ହୋଇ ଦିଗ ବଦଳାଇବ। ଆସନ୍ତାକାଲି ଠାରୁ ଦିଗ ବଦଳାଇ ଓଡ଼ିଶା ଉପକୂଳରେ ସମାନ୍ତରାଳରେ ଯିବ। ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ ରୁ ୬୦ କି.ମି ବେଗରେ ପବନ ବହିପାରେ। ତେବେ ଉପକୂଳ ଜିଲ୍ଲାମାନଙ୍କରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବାତ୍ୟା ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି। ଏବେ କ୍ରମଶଃ ଦୁର୍ବଳ ହେଉଛି। ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking