21.1 C
Bhubaneswar
Monday, November 18, 2024
Homeଓଡିଶାରେଳ ଦୁର୍ଘଟଣା: ସେକ୍ସନ୍ କନିଷ୍ଠଯନ୍ତ୍ରୀଙ୍କୁ ୬ ଘଣ୍ଟା ଜେରା ପରେ ହେପାଜତକୁ ନେଲା ସିବିଆଇ

ରେଳ ଦୁର୍ଘଟଣା: ସେକ୍ସନ୍ କନିଷ୍ଠଯନ୍ତ୍ରୀଙ୍କୁ ୬ ଘଣ୍ଟା ଜେରା ପରେ ହେପାଜତକୁ ନେଲା ସିବିଆଇ

ସୋର :ବାହାନଗା ରେଳ ଦୁର୍ଘଟଣାକୁ ନେଇ ସିବିଆଇ ସ୍କାନରରେ ଥିବା ସୋର ସେକ୍ସନ ସିଗନାଲ୍ କନିଷ୍ଠ ଯନ୍ତ୍ରୀ ଅମୀର ଖାନଙ୍କୁ ମଙ୍ଗଳବାର ସକାଳେ ୬ ଘଣ୍ଟା ଧରି ଜେରା କରିବା ପରେ ହେପାଜତକୁ ନେଇଛି ସିବିଆଇ । ସୋର ପୌରପାଳିକା ଅନ୍ତର୍ଗତ କମରପୁର ଅନ୍ନପୂର୍ଣ୍ଣା ରାଇସ୍‌ମିଲସ୍ଥ ତାଙ୍କ ଭଡ଼ା ଘରେ ସିବିଆଇ ଟିମ୍ ଅମୀର ଖାନଙ୍କ ଉପସ୍ଥିତିରେ ଘରର ସିଲ୍ ଖୋଲି ଦୀର୍ଘ ୬ ଘଣ୍ଟା ଜେରା କରିଥିଲା ।

ସୂଚନା ଅନୁସାରେ ଜେଇ ଅମୀର ଖାନ୍‌ଙ୍କ ଭଡ଼ାଘରେ ଗତ ସୋମବାର ସିବିଆଇର ୪ ଜଣିଆ ଟିମ୍ ସକାଳ ୮ଟାରୁ ଚଢ଼ଉ କରିଥିଲେ । ସିବିଆଇ ଟିମ୍ ଶ୍ରୀ ଖାନଙ୍କ ଘରେ ପହଞ୍ଚି ଥିଲେ ହେଁ ସେଠାରେ କେହି ନଥିବାରୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ । ଶେଷରେ ସିବିଆଇ ଟିମ୍ ଭଡ଼ା ଘରକୁ ସିଲ୍ କରିଥିଲେ । ସୋର ଥାନାର ୨ ଜଣ ପୁଲିସ୍ କର୍ମଚାରୀଙ୍କୁ ସେଠାରେ ଜଗିବା ପାଇଁ ନିୟୋଜିତ କରି ଟିମ ଫେରି ଯାଇଥିଲା ।

ମଙ୍ଗଳବାର ସକାଳ ୧୦ଟା ସମୟରେ ସିବିଆଇର ଏକ ୭ ଜଣିଆ ଟିମ୍ ଅମୀରଙ୍କୁ ସାଥିରେ ଧରି ତାଙ୍କ ଭଡ଼ା ଘରେ ପହଞ୍ଚିଥିଲେ । ସେଠାରେ ଘରର ସିଲ୍ ଭାଙ୍ଗି ଭିତରେ ପଶି ସିବିଆଇ ଟିମ୍ ଅମୀରଙ୍କୁ ଦୀର୍ଘ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜେରା କରିଥିଲା । ପରେ ଅପରାହ୍ଣରେ ଅମୀରଙ୍କୁ ନିଜ ହେପାଜତକୁ ନେଇ ଅଧିକ ତଦନ୍ତ ଜାରି ରଖିଛି । ଏଠାରେ ଉଲ୍ଲେଖ ଯୋଗ ଯେ ବାହାନାଗା ବଜାର ରେଳ ଷ୍ଟେସନ ନିକଟରେ ଗତ ୨ ତାରିଖରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ଓ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୨୯୨ରେ ପହଞ୍ଚିଛି ।

ଏହି ଦୁର୍ଘଟଣାର ତଦନ୍ତ ଭାର ସିବିଆଇ ନେବା ପରଠାରୁ ଏଯାଏ ୧୨ ଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏକାଧିକ ଥର ପଚରାଉଚରା କରିବା ସହ ବୟାନ୍ ରେକର୍ଡ ହୋଇଛି । ହେଲେ ଏପର୍ଯ୍ୟନ୍ତ ଏହି ଘଟଣାରେ କିଏ ଦୋଷୀ ତାହା ସ୍ପଷ୍ଟ କରାଯାଇନି । ଦୁର୍ଘଟଣା ଘଟିବା ସମୟରେ ଅମୀର ବାହାନଗା ରେଳ ଷ୍ଟେସନରେ କାର୍ଯ୍ୟରତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking