21.1 C
Bhubaneswar
Wednesday, January 14, 2026
Homeଓଡିଶାରାଇଘର ବ୍ଲକ ଚାଷୀଙ୍କ ଧାନ ବିକ୍ରି ବକେୟା ତୁରନ୍ତ ଦିଆଯାଉ: ବିଜେଡି

ରାଇଘର ବ୍ଲକ ଚାଷୀଙ୍କ ଧାନ ବିକ୍ରି ବକେୟା ତୁରନ୍ତ ଦିଆଯାଉ: ବିଜେଡି

– ଡିଣ୍ଡିମ୍ ପିଟୁଥିବା ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଯୋଗାଣ ବ୍ୟବସ୍ଥାର ଆଉ ଏକ ନମୁନା
– ଅପରାଧୀକ ଅବହେଳା କରିଥିବା ଅଧିକାରୀଙ୍କୁ ଦଣ୍ଡିତ କରାଯାଉ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ୩୪୪ ଚାଷୀଙ୍କ ଧାନ ବିକ୍ରି ବକେୟା ପ୍ରାୟ ସାଢେ ୪ କୋଟି ଟଙ୍କା ତୁରନ୍ତ ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି। ଭୁବନେଶ୍ୱରଠାରେ ରାଇଘର ଚାଷୀଙ୍କ ଅହୋରାତ୍ର ଧାରଣାସ୍ଥଳକୁ ଯାଇ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଉପସଭାପତି ଶ୍ରୀ ସଂଜୟ ଦାସ ବର୍ମା, ଚାଷୀଙ୍କ ନ୍ୟାର୍ଯ୍ୟ ଦାବିକୁ ସମର୍ଥନ ଜଣାଇବା ସହ ରାଜ୍ୟ ସରକାର ଏ ବାବଦରେ ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଥିଲେ।

ଗତ ତିନି ଦିନ ଧରି ରାଇଘର ବ୍ଲକର ଚାଷୀମାନେ ଆସି ରାଜଧାନୀରେ ଅହୋରାତ୍ର ଧାରଣା ଦେଇଛନ୍ତି। ସେମାନେ ସରକାରୀ ନିୟମ ମୁତାବକ ଟୋକେନ ଜରିଆରେ ୧୮,୦୦୦ କୁଣ୍ଟାଇ ଧାନ ବିକ୍ରୟ କରିବାର ଚାରି ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କର ପ୍ରାପ୍ୟ ସରକାର ପ୍ରଦାନ କରିନାହାନ୍ତି। ଗତକାଲି ଧାରଣା ସ୍ଥଳକୁ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ରମେଶ ମାଝୀ ଓ ଶ୍ରୀ ପ୍ରଦୀପ ମାଝୀ ଯାଇ ଚାଷୀଙ୍କୁ ସମର୍ଥନ ଜଣାଇଥିଲେ।

ଆଜି ବିଜେଡିର ଦୁଇ ବରିଷ୍ଠ ନେତା ଶ୍ରୀ ମିଶ୍ର ଓ ଶ୍ରୀ ଦାସବର୍ମା ଧାରଣାରେ ସାମିଲ ହେବା ସହ ସରକାରଙ୍କ ଚାଷୀଙ୍କ ପ୍ରତି ହେୟ ମନୋଭାବକୁ କଡା ଭାଷାରେ ନିନ୍ଦା କରିଥିଲେ। ଚାଷୀଙ୍କ ଜୀବନଜୀବିକା ସହ ଖେଳି, ଏହିଭଳି ଅପରାଧୀକ ଅବହେଳା କରିଥିବା ଅଧିକାରୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଧାନ ସଂଗ୍ରହକୁ ନେଇ ରାଜ୍ୟ ସରକାର ଯେଉଁଭଳି ନିଜ ପିଠି ନିଜେ ଥାପୁଡଉଛନ୍ତି, ଏହା ତାହାର ଏକ ଜ୍ୱଳନ୍ତ ନମୁନା। ଚାଷୀଙ୍କଠାରୁ ଧାନ ସଂଗ୍ରହ କରି ସାରିବା ପରେ ଚାରି ମାସ ଧରି ବକେୟା ପ୍ରଦାନ ନକରି ନିରବ ରହିବା ରାଜ୍ୟ ସରକାରଙ୍କ ଚାଷୀକୂଳ ପ୍ରତି ସମ୍ବେଦନହୀନତାର ପରିଚୟ ବୋଲି ଉଭୟ ଶ୍ରୀ ମିଶ୍ର ଓ ଦାସବର୍ମା ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking