26.1 C
Bhubaneswar
Saturday, October 19, 2024
Homeଖେଳରାହୁଲ୍‌ଙ୍କ ଜଙ୍ଘରେ ହେବ ଅସ୍ତ୍ରୋପଚାର

ରାହୁଲ୍‌ଙ୍କ ଜଙ୍ଘରେ ହେବ ଅସ୍ତ୍ରୋପଚାର

ଲକ୍ଷ୍ନୌ : ଚଳିତ ଆଇପିଏଲ୍‌ରେ ଗତ ୧ ତାରିଖରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ବିପକ୍ଷ ମ୍ୟାଚ୍‌ରେ ଆହତ ହେବା ପରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ଅଧିନାୟକ ଲୋକେଶ ରାହୁଲ୍ ସଂସ୍କରଣରୁ ବାଦ୍ ପଡ଼ିଛନ୍ତି । ଏଥିସହ ଏହି ତାରକା ବ୍ୟାଟ୍ସମ୍ୟାନ୍ ଜଣକ ଆସନ୍ତା ଜୁନ୍ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ଦି ଓଭାଲ୍‌ଠାରେ ଖେଳାଯିବାକୁ ଥିବା ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍‌ରେ ମଧ୍ୟ ଖେଳିପାରିବେ ନାହିଁ ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି । ସେହିପରି ତାଙ୍କ ଜଙ୍ଘରେ ଅସ୍ତ୍ରୋପଚାର ପାଇଁ ମେଡିକାଲ୍ ଟିମ୍ ପରାମର୍ଶ ଦେଇଥିବା ରାହୁଲ୍ ସୋସିଆଲ୍ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।

ଦି ଓଭାଲ୍‌ଠାରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲ୍ ଖେଳିବାକୁ ଥିବା ବେଳେ ଏହି ଟେଷ୍ଟ୍‌ରେ ରାହୁଲ୍‌ଙ୍କ ବ୍ୟତୀତ ଜସପ୍ରୀତ୍ ବୁମରା, ଶ୍ରେୟସ୍ ଆୟର୍ ଓ ଋଷଭ ପନ୍ତ୍ ମଧ୍ୟ ଆଘାତଜନିତ କାରଣରୁ ଖେଳିପାରିବେ ନାହିଁ । ବର୍ତ୍ତମାନ ସମୟରେ ସେ କେବଳ ରିହାବିଲିଟେସନ୍ ଓ ସୁସ୍ଥତା ଉପରେ ଫୋକସ୍ କରିବେ ବୋଲି ରାହୁଲ୍ ଉକ୍ତ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି । ସେହିପରି ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ପକ୍ଷରୁ ମଧ୍ୟ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ ଅସ୍ତ୍ରୋପଚାର କରାଇବାକୁ ଥିବା ରାହୁଲ୍‌ଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

ଅନ୍ୟପକ୍ଷରେ ଲକ୍ଷ୍ନୌ ଟିମ୍‌ର ଅବଶିଷ୍ଟ ମ୍ୟାଚ୍‌ରେ ନେତୃତ୍ୱ ନେଇପାରୁ ନଥିବାରୁ ରାହୁଲ୍ ଦୁଃଖ ପ୍ରକାଶ କରିଛନ୍ତି । ତେବେ ତାଙ୍କ ଅନୁପସ୍ଥିତିରେ ଖେଳାଳିମାନେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ଦଳକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ଲେଅଫରେ ସାମିଲ୍ କରିପାରିବେ ବୋଲି ରାହୁଲ୍ ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking