28.1 C
Bhubaneswar
Saturday, June 29, 2024
Homeଦେଶ ବିଦେଶଦ୍ୱିତୀୟ ଦିନରେ ମଧ୍ୟ ରାହୁଲଙ୍କୁ ଜେରା

ଦ୍ୱିତୀୟ ଦିନରେ ମଧ୍ୟ ରାହୁଲଙ୍କୁ ଜେରା

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ମଙ୍ଗଳବାର ପ୍ରତିବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନ୍ୟାସ୍‌ନାଲ୍ ହେରାଲ୍ଡ ମାମଲାରେ ଦ୍ୱିତୀୟ ଦିନ ମଧ୍ୟ ଜେରା କରିଛି । ଇତିମଧ୍ୟରେ ସେ ୧୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜେରାର ସମ୍ମୁଖୀନ ହୋଇଛନ୍ତି । କୁହାଯାଉଛି ତାଙ୍କୁ ବୁଧବାର ମଧ୍ୟ ଜେରା ପାଇଁ ଇଡି ଅଫିସ୍ ଡକାଯାଇଛି । ସୂତ୍ର ଅନୁସାରେ ମଙ୍ଗଳବାର ଜେରାବେଳେ ତାଙ୍କୁ ବାରମ୍ବାର ଜେରା ପାଇଁ ନଡାକିବାକୁ ରାହୁଲ ଇଡି ଅଧିକାରୀଙ୍କୁ କହିଛନ୍ତି । ଏହା ପୂର୍ବରୁ ସୋମବାର ତାଙ୍କୁ ପ୍ରାୟ ୯ ଘଣ୍ଟା ଧରି ଜେରା କରାଯାଇଥିଲା । ମଙ୍ଗଳବାର ମଧ୍ୟ ପୂର୍ବଦିନ ପରି ଦୁଇ ରାଉଣ୍ଡ୍‌ର ଜେରା ବେଳେ ତାଙ୍କୁ ଏକ ଘଣ୍ଟାର ଲଞ୍ଚ୍ ବ୍ରେକ୍ ଦିଆଯାଇଥିଲା । ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୧୧ଟା ବେଳେ ରାହୁଲ ଗାନ୍ଧୀ ଜେଡ୍ ପ୍ଲସ୍ ସୁରକ୍ଷାରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ଅବସରରେ ତାଙ୍କ ସହିତ ଇଡି ଅଫିସ୍ ଆଡ଼କୁ ମାର୍ଚ୍ଚରେ ଯାଉଥିବା କଂଗ୍ରେସର ବରିଷ୍ଠ ନେତା ହରିଶ ରାୱତ୍ ଏବଂ ରଣଦୀପ ସୁରଜେୱାଲାଙ୍କୁ ପୁଲିସ କଂଗ୍ରେସ ଅଫିସ୍ ନିକଟରେ ଅଟକାଇଥିଲା । ଏହା ସହିତ ବହୁ କଂଗ୍ରେସ କର୍ମୀଙ୍କୁ ମଧ୍ୟ ପୁଲିସ୍ ରୋକିଥିଲା । ଇଡି ଅଫିସ୍ ଚାରିପଟେ କରାଯାଇଥିବା ବାରିକେଡ୍ ଟପି ଭିତରେ ପ୍ରବେଶ ପାଇଁ ଉଦ୍ୟମ କରୁଥିବା କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମୀଙ୍କୁ ପୁଲିସ ଗିରଫ କରିଥିଲା । କଂଗ୍ରେସ ପାର୍ଟି ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ୟଙ୍ଗ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଦ୍ୱାରା ନ୍ୟାସ୍‌ନାଲ୍ ହେରାଲ୍ଡ ନ୍ୟୁଜ୍ ପେପର୍‌କୁ ଅଧିଗ୍ରହଣରେ ହୋଇଥିବା ତଥାକଥିତ ଆର୍ଥିକ ଅନିୟମିତତା ଅଭିଯୋଗରେ ଇଡି ଏହି ଜେରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking