31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଗୋଟିଏ ସପ୍ତାହ ପରେ ଖୋଲିଲା ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ

ଗୋଟିଏ ସପ୍ତାହ ପରେ ଖୋଲିଲା ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ ଏବେ ଏକ ସପ୍ତାହ ପରେ ଅନଲକ କରାଯାଇଛି । ଏହାସହିତ ଅନ୍ୟ କଂଗ୍ରେସ ନେତାଙ୍କ ଟ୍ୱିଟର ଆଇଡି ବି ଅନଲକ ହୋଇଛି । କଂଗ୍ରେସର ଜଣେ ନେତା କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ସହିତ ଦଳର ବରିଷ୍ଠ ନେତାଙ୍କ ଆକାଉଣ୍ଟ ବି ଅନଲକ ହୋଇଛି ।
ଟ୍ୱିଟର ରାହୁଲ ଗାନ୍ଧୀ, କଂଗ୍ରେସ ଓ ଦଳର ଅନେକ ବରିଷ୍ଠ ନେତାଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯାଇଥିଲା । କଂଗ୍ରେସ ମହାସଚିବ କେସି ବେଣୁଗୋପାଳ, ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେବାଲା, ମହାସଚିବ ଅଜୟ ମାକନ, ଜିତେନ୍ଦ୍ର ସିଂହ, ସାସଂଦ ମଣିକମ ଟାଗୋର, ମହିଳା କଂଗ୍ରେସର ଅଧ୍ୟକ୍ଷ ସୁସ୍ମିତା ଦେବ, ପ୍ରବକ୍ତା ପବନ ଖେଡା, ଓ ଅନ୍ୟ ନେତାଙ୍କ ଟ୍ୱିଟର ଆକାଉଣ୍ଟ ଲକ କରାଯାଇଥିଲା ।
କିଛି ଦିନ ପୂର୍ବରୁ ଦିଲ୍ଲୀରେ କଥିତ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ୯ ବର୍ଷ ପିଲାର ପିତା ମାତାଙ୍କ ସହ ସାକ୍ଷାତର ଫଟୋ ଶେୟାରକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯାଇଥିଲା । ଟ୍ୱିଟର କହିଥିଲା ଯେ, ଏହି ପଦକ୍ଷେପ ନିୟମ ଅନୁସାରେ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking