22.1 C
Bhubaneswar
Monday, December 23, 2024
Homeଦେଶ ବିଦେଶଭାରତ ମହାସାଗରରେ ରାଫେଲ ବିମାନର ରଣକୌଶଳ

ଭାରତ ମହାସାଗରରେ ରାଫେଲ ବିମାନର ରଣକୌଶଳ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ସଦ୍ୟ ସାମିଲ ହୋଇଥିବା ଲଢୁଆ ଯୁଦ୍ଧବିମାନ ରାଫେଲ ଭାରତ ମହାସାଗରରେ କ୍ରମାଗତ ୬ ଘଣ୍ଟା ଧରି ବିଭିନ୍ନ ପ୍ରକାର ରଣକୌଶଳ ପ୍ରଦର୍ଶନ କରିଥିବା ଜଣାପଡିଛି । ବୁଧବାର ପଶ୍ଚିମବଙ୍ଗର ହାସିମାରା ବାୟୁସେନା ଘାଟିରୁ ୪ଟି ରାଫେଲ ଉଡାଣ ଆରମ୍ଭ କରିଥିବାବେଳେ ଭାରତ ମହାସାଗରରେ ଆବଶ୍ୟକ ରଣକୌଶଳ ପ୍ରଦର୍ଶନ କରି ପୁଣି ସୁରକ୍ଷିତଭାବେ ଘାଟିକୁ ଫେରିଆସିଛି ।

ବର୍ତ୍ତମାନ ଭାରତ ମହାସାଗରରେ ଚୀନ୍ ନିଜର ସାମରିକ ପତିଆରା ଜାହିର କରିବାକୁ ଉଦ୍ୟମ କରୁଥିବାରୁ ଏହାର ସଫଳ ମୁକାବିଲା ପାଇଁ ରାଫେଲ ବିମାନ କେତେଦୂର ସକ୍ଷମ ହେବ, ତାହା ନିଶ୍ଚିତ କରିବାକୁ ବାୟୁସେନା ପକ୍ଷରୁ ଏଭଳି ଅଭିଯାନ ପ୍ରସ୍ତୁତ କରାଯାଇଥିବା କୁହାଯାଇଛି । ଏହି ୪ଟି ରାଫେଲର ଉଡାଣ ପଥରେ ବିଭିନ୍ନ ବାଧାବିଘ୍ନ ସୃଷ୍ଟି କରାଯାଇଥିଲେ ସୁଦ୍ଧା ଅଭିଜ୍ଞ ପାଇଲଟ୍‌ମାନେ ବିମାନର ସମସ୍ତ ଅତ୍ୟାଧୁନିକ ଜ୍ଞାନକୌଶଳକୁ ସଠିକ୍‌ଭାବେ ବ୍ୟବହାର କରି ସେମାନଙ୍କର ଲକ୍ଷ୍ୟ ହାସଲ କରିଥିବା ବାୟୁସେନା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking