ନୂଆଦିଲ୍ଲୀ: ଆପଣଙ୍କର ବ୍ୟାଙ୍କରେ ଯଦି କିଛି କାମ ରହିଯାଇଛି, ତେବେ ଜଲଦି ସାରିଦିଅନ୍ତୁ । ନହେଲେ ଆପଣ ଅସୁବିଧାରେ ପଡିପାରନ୍ତି । ଆର୍ଥିକ ବର୍ଷର ଶେଷ ମାସ ଓ ହୋଲି ଛୁଟି ଥିବାରୁ ବ୍ୟାଙ୍କରେ କାମ ଅଧିକ ବଢିଯାଇଛି ।
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର କ୍ୟାଲେଣ୍ଡର ଅନୁସାରେ, ୨୭ ମାର୍ଚ୍ଚରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ହୋଲି ଛୁଟି ରହିବ । ୩୦ ମାର୍ଚ୍ଚରେ ବ୍ୟାଙ୍କ ନିହାତି ଖୋଲିବ । ହେଲେ ସେ ଦିନ କାମ ଅଧିକ ରହିବ । ପାଟଣାରେ ହୋଲି ଦିନ ଛୁଟି ରହିବ । ଏମିତିରେ ସେଠାରେ ୩୦ ମାର୍ଚ୍ଚ ରେ ବ୍ୟାଙ୍କ ବନ୍ଦ ରହିବ । ୩୧ ମାର୍ଚ୍ଚ ଆର୍ଥିକ ବର୍ଷର ଶେଷ ମାସ ହୋଇଥିବାରୁ ବ୍ୟାଙ୍କ ଖୋଲିବ ସତ, ହେଲେ ସବୁଦିନ ଭଳି କାମ ହେବ ନାହିଁ । ୧ ଏପ୍ରିଲ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା କାରଣ ଥାଇ ବି ବ୍ୟାଙ୍କରେ ରେଗୁଲାର କାମ ହେବ ନାହିଁ । ପରେ ୨ ଏପ୍ରିଲରେ ଗୁଡ ଫ୍ରାଇଡେ ଛୁଟି ପଡୁଛି । ପରେ ୩ ଏପ୍ରିଲରେ ବ୍ୟାଙ୍କ ରେଗୁଲାର କାମ ଆରମ୍ଭ କରିବ ।
ମାର୍ଚ୍ଚରେ କେଉଁଦିନରେ ବନ୍ଦ ରହିବ ବ୍ୟାଙ୍କ
୨୭ ମାର୍ଚ୍ଚ ଶନିବାର
୨୮ ମାର୍ଚ୍ଚ ରବିବାର
୨୯ ମାର୍ଚ୍ଚ ହୋଲି
୩୦ ମାର୍ଚ୍ଚ ହୋଲି (ରିଜର୍ଭ ବ୍ୟାଙ୍କ ଅନୁସାରେ ପାଟଣାରେ ବ୍ୟାଙ୍କ ବନ୍ଦ ରହିବ)
୩୧ ମାର୍ଚ୍ଚ ଆର୍ଥିକ ବର୍ଷର ଶେଷ ଦିନ ରେଗୁଲାର କାମ ହେବ ନାହିଁ