28.1 C
Bhubaneswar
Friday, March 29, 2024
Homeଖେଳଧୋନୀଙ୍କ ନୂଆ ଭିଡିଓ ଭାଇରାଲ

ଧୋନୀଙ୍କ ନୂଆ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ନୂଆ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନୂଆ ଭିଡିଓରେ ଧୋନୀ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲୀଙ୍କୁ ଟାର୍ଗେଟ କରିଛନ୍ତି ।
ଧୋନୀଙ୍କ ନୂଆ ଭିଡିଓକୁ ଇଣ୍ଡିଆନ ପ୍ରିମିୟମ ଲିଗର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି । ପ୍ରକୃତରେ ଆଇପିଏଲ ୨୦୨୧ ର ପ୍ରମୋସନ ନେଇ ଧୋନୀ ଏହି ବିଜ୍ଞାପନ କରିଛନ୍ତି । ଯେଉଁଥିରେ ଧୋନୀ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲୀଙ୍କୁ ଖତରମାକ ଖିଲାଡୀ କହିଛନ୍ତି । ଧୋନୀ ସ୍କାଉଟ ଆଣ୍ଡ ଗାଇଡ ଡ୍ରେସ ରେ ନଜର ଆସୁଛନ୍ତି । ଭିଡିଓରେ ଧୋନୀ ବିବେକ ବିଷୟରେ ପଚାରୁଛନ୍ତି, ଯାହାର ଉତ୍ତରରେ ବିବେକ ମିଳୁନଥିବା କୁହାଯାଉଛି । କୁହାଯାଉଛି ସେ ସକାଳୁ ବିରକ୍ତ ହୋଇଥିଲା । ଏହାପରେ ଧୋନୀ ସେଠାରେ ଥିବା ଗାଇଡ ପିଲାଙ୍କୁ ଏକ କାହାଣୀ କହୁଛନ୍ତି । ସେ କହୁଛନ୍ତି କାହାଣୀ ଜଣେ ବଡ ଖେଳାଳୀଙ୍କର । ଯିଏ ବିରକ୍ତ ହୋଇ ବଡ ବଡ ଟିମକୁ ଧୂଲି ଚଟାଇ ରାଜା ଉପାଧି ପାଇଛନ୍ତି । ଆଗକୁ ସେ କହୁଛନ୍ତି, ରାଗରେ ହଜି ଯାଇ ଯଦି କିଏ ବିଜୟ ହାସଲ କରିପାରୁଛି, ତେବେ ସେହି କ୍ରୋଧ ଖରାପ ନୁହେଁ । ଏହାପରେ ଜଣେ ଧୋନୀଙ୍କୁ ପଚାରୁଛି, ସାର ତାହାଲେ ଏଥର କଣ କିଙ୍ଗଙ୍କୁ କ୍ରାଉନ ମିଳିବ ।

କହିରଖୁଛୁ, ଏହାପୂର୍ବରୁ ଧୋନୀଙ୍କ ଏକ ଭିଡିଓ ବେଶ୍ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ବୌଦ୍ଧ ଭିକ୍ଷୁକ ବେଶ ଧାରଣ କରିଥିଲେ । ସେଥିରେ ସେ ପିଲାଙ୍କ ଲୋଭ ବିଷୟରେ କାହାଣୀ କହୁଥିବା ଦେଖିବାକୁ ମିଳିଥିଲା । ସେଥିରେ ସେ ମୁମ୍ବାଇ ଇଣ୍ଡିଆନ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ କାହାଣୀ ଶୁଣାଉଥିବା ନଜର ଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking