ଲଣ୍ଡନ : ଇଂଲଣ୍ଡର ବର୍ମିଂହାମ୍ ଠାରେ ଆସନ୍ତା ୨୮ ତାରିଖରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେବ । ଚଳିତ ବର୍ଷ ବ୍ରିଟେନର ରାଣୀ ଏଲିଜାବେଥ କ୍ରୀଡ଼ାର ଉଦଘାଟନୀ ଉତ୍ସବରେ ଯୋଗ ଦେବେନି ବୋଲି ବକିଂହାମ୍ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି । ରାଣୀଙ୍କ ଅନୁପସ୍ଥିତିରେ ତାଙ୍କ ପୁତ୍ର ଏବଂ ସିଂହାସନର ଉତ୍ତରାଧିକାରୀ ପ୍ରିନ୍ସ ଚାଲ୍ସ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବେ । ଏହି ଉତ୍ସବରେ ଚାର୍ଲ୍ସଙ୍କ ପତ୍ନୀ କାମିଲା ମଧ୍ୟ ସାମିଲ୍ ହେବେ । ୯୬ ବର୍ଷୀୟା ରାଣୀ ଏଲିଜାବେଥ ଗତ ଅକ୍ଟେବାର ମାସରେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରଠୁ ତାଙ୍କୁ ଆଉ ବାହାରେ ଦେଖିବାକୁ ମିଳିନଥିଲା । ଗତ ମାସ ପ୍ଲାଟିନମ୍ ଜୁବଲୀ ଉତ୍ସବରେ ରାଣୀ ଏଲିଜାବେଥ୍ ବକିଂହାମ୍ ପ୍ୟାଲେସର ବାଲକୋନିରେ ରହି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।