27.1 C
Bhubaneswar
Friday, November 22, 2024
Homeଅପରାଧମନ୍ଦିର ଭିତରେ ବାହାଘର : ବାହାରେ ପିଟାପିଟି, କାରଣ କ’ଣ ଜାଣନ୍ତୁ....

ମନ୍ଦିର ଭିତରେ ବାହାଘର : ବାହାରେ ପିଟାପିଟି, କାରଣ କ’ଣ ଜାଣନ୍ତୁ….

ଇନ୍ଦୋର: ମନ୍ଦିର ଭିତରେ ଚାଲିଥିଲା ବାହାଘର, ଆଉ ମନ୍ଦିର ବାହାରେ ଚାଲିଥିଲା ମାରପିଟ । ତେବେ ଏହି ମାରପିଟ ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାର କରେରାର ଏକ ମନ୍ଦିରରେ ଯେତେବେଳେ ବାହାଘର ଚାଲିଥିଲା । ସେତେବେଳେ ମନ୍ଦିର ବାହାରେ ଦୁଇ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ବିବାହ କରୁଥିବା ଯୁବତୀ ଜଣକ ଜଣେ ଯୁବକଙ୍କ ସହ କିଛି ମାସ ତଳେ ଘରୁ ପଳାଇଯାଇଥିଲେ । ସେହି ସମୟରେ ଯୁବତୀ ଜଣକ ନାବାଳିକା ହୋଇଥିବାରୁ ଝିଅ ଘର ପୁଅ ନାମରେ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଯେତେବେଳେ ଉଭୟ ଗାଁକୁ ଫେରିଥିଲେ ସେତେବେଳେ ପୋଲିସ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ଜେଲକୁ ପଠାଇ ଦେଇଥିଲା । ସେବେଠାରୁ ଯୁବକ ଜଣକ ଜେଲରେ ଅଛି । ତେବେ ଗତକାଲି ମନ୍ଦିରରେ ଯୁବତୀଙ୍କ ବିବାହ ହେଉଥିବାର ଜାଣିପାରିଥିଲେ ଯୁବକଙ୍କ ପରିବାର ସଦସ୍ୟ । ଏହା ପରେ ଯୁବକଙ୍କ ପରିବାର ମନ୍ଦିରରେ ପହଞ୍ଚି ବିବାହ ବନ୍ଦ କରିବାକୁ କହିଥିଲେ । ଯେହେତୁ ଯୁବକ ଜଣକ ପ୍ରଥମେ ବାହା ହୋଇଛନ୍ତି ତେଣୁ ସେମାନେ ବୋହୂକୁ ଘରକୁ ନେବାକୁ ଅଡ଼ି ବସିଥିଲେ । ତେବେ କନ୍ୟା ପକ୍ଷ ଏଥିରେ ରାଜି ହୋଇନଥିଲେ ଓ ସେମାନେ ଠିକ କରିଥିବା ପୁଅ ସହ ହିଁ ବିବାହ ହେବ ବୋଲି ଜିଦ କରିଥିଲେ । ଏହା ପରେ ମନ୍ଦିର ବାହାରେ ଜେଲରେ ଥିବା ଯୁବକଙ୍କ ପରିବାର ସଦସ୍ୟ ଓ କନ୍ୟା ପକ୍ଷ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା । ଯୁବକଙ୍କ ପରିବାର ବୋହୂକୁ ଦିଅ ନଚେତ ପୁଅକୁ ମୁକୁଳାଅ ବୋଲି ଦାବି କରିଥିଲେ । ଶେଷରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଇ ମାମଲା ଶାନ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking