ନୂଆଦିଲ୍ଲୀ : ‘କ୍ବାର୍ଡ’ ନେତାମାନଙ୍କ ଆଭାସୀ ବୈଠକରେ ଆଜି ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ବୈଠକରେ ଅଂଶଗ୍ରହଣ କରିବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ । ୨୦୨୧ ସେପ୍ଟେମ୍ବର ମାସରେ ୱାଶିଂଟନ୍ ଡିସିରେ ଅନୁଷ୍ଠିତ ଶିଖର ବୈଠକ ପରେ ଏହି ନେତାମାନଙ୍କୁ ପୁନର୍ବାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ଏହା ସୁଯୋଗ ପ୍ରଦାନ କରିବ ।
ବିଶେଷକରି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଏହି ନେତାମାନେ ମତ ବିନିମୟ କରିବା ସହ ଏହାର ସମୀକ୍ଷା କରିବେ । ଏହି ଅବସରରେ ‘କ୍ବାର୍ଡ’ ନେତାମାନେ ସ୍ଥିର କରିଥିବା ବିଭିନ୍ନ ନିଷ୍ପତ୍ତିର କାର୍ଯ୍ୟକାରୀତାକୁ ନେଇ ମଧ୍ୟ ସମୀକ୍ଷା କରିବେ। ୟୁକ୍ରେନ ଓ ରୁଷ ଯୁଦ୍ଧ ପରିପ୍ରେକ୍ଷୀରେ ଏହି ବୈଠକକୁ ବିଶେଷ ଗୁରୁତ୍ବ ପ୍ରଦାନ କରାଯାଉଛି।