27.1 C
Bhubaneswar
Tuesday, December 9, 2025
Homeଓଡିଶାରଥ ଉପରକୁ ମୋବାଇଲ ମନା

ରଥ ଉପରକୁ ମୋବାଇଲ ମନା

ପୁରୀ : ଆରମ୍ଭ ହୋଇଯାଇଛି ପୁରୀ ଶ୍ରୀକ୍ଷେତ୍ର ବାହୁଡା ଯାତ୍ରା । ବର୍ତ୍ତମାନ ଶରଧାବାଲିରେ ତିନି ରଥ ଅପେକ୍ଷା କରି ରହିଥିବାବେଳେ, ଆଉ କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ । ତେବେ ଗୁଣ୍ଡିଚା ମନ୍ଦିର ବିଜେ ବେଳେ ଯେଉଁ ଅଘଟଣ ଘଟିଲା ତାକୁ ଦୃଷ୍ଟିରେ ରଖି ଏଥର ମୋବାଇଲ୍ ନେଇ କଡା ନିର୍ଦ୍ଦେଶ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଥର ରଥକୁ କେହି ମୋବାଇଲ୍ ନେଇପାରିବେନି ବୋଲି ସେବାୟତମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସେପଟେ ବାହୁଡ଼ା ଯାତ୍ରା ଶୃଙ୍ଖଳିତ ପାଇଁ ସ୍ଥିତି ଅନୁଧ୍ୟାନ କରୁଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ । ପୋଲିସ ଅଧିକାରୀ ଏବଂ ସେବାୟତଙ୍କ ସହ ସେ ଆଲୋଚନା କରିଛନ୍ତି। ସାଧାରଣ ଲୋକଙ୍କୁ ଭେଟି ଶାନ୍ତି ଶୃଙ୍ଖଳା ରଖିବା ପାଇଁ ନିବେଦନ କରିଛନ୍ତି । ତେବେ ବାହୁଡ଼ା ଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ଯାହା ଏସଓପି କରାଯାଇଛି, ତାକୁ ସମସ୍ତେ ପାଳନ କରିବା ଆବଶ୍ୟକ । ସେ ସେବାୟତ ହୁଅନ୍ତୁ ବା ଭକ୍ତ ସମସ୍ତେ ପ୍ରଶାସନକୁ ସହଯୋଗ କରିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନୀଳାଦ୍ରି ବିଜେ ପର୍ୟ୍ୟନ୍ତ ଆମେ ଉପସ୍ଥିତ ରହିବୁ ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking