ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ ଲାଗିଛି କଟକଣା । ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଫଳରେ ସାଧାରଣ ଶ୍ରଦ୍ଧାଳୁ ଏବେ କାଳିଆ ଦର୍ଶନରୁ ବଂଚିତ ରହିବେ । କଟକଣା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି । ନିର୍ବିଘ୍ନ ନୀତିକାନ୍ତି ନିମନ୍ତେ ସେବାୟତଙ୍କ ସୁସ୍ଥତା ପାଇଁ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ତେବେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଲେ ବି ଦୈନିକ ନୀତିକାନ୍ତି ଚାଲୁ ରହିବ ।
1. Shree Jagannatha Temple will remain closed for Darshan of Lords by the public till 15/05/21. All the daily rituals will continue with help of Sevayats and temple officials.
— Shree Jagannatha Temple Office, Puri (@SJTA_Puri) April 24, 2021
For the same, ensuring the health of Sevayats, who do daily Seva-puja of Mahaprabhu is of utmost importance. Further, rituals related to Ratha Yatra will begin from Akashya Tritiya day. (This year on 15th May).
— Shree Jagannatha Temple Office, Puri (@SJTA_Puri) April 24, 2021
ତେବେ ଆଜି ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଗାଇଡଲାଇନ କରିବାକୁ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ, ଉନ୍ନୟନ ପ୍ରଶାସକ, ଛତିଶା ନିଯୋଗ ସଦସ୍ୟ ବି ଏହି ବୈଠକରେ ସାମିଲ ହୋଇଥିଲେ । ବୈଠକ ପରେ ରାଜ୍ୟରେ ଦୃତ କରୋନା ସଂକ୍ରମଣ ପାଇଁ ଦର୍ଶନ ବନ୍ଦ ନିଷ୍ପତ୍ତି ହୋଇଛି । ଆଗକୁ ମହାପ୍ରଭୁଙ୍କର ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ରହିଛି ମେ ୧୫ ତାରିଖରେ । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସେବାୟତମାନେ ସୁସ୍ଥ ରହିଲେ ହିଁ ପ୍ରଭୁଙ୍କର ନୀତିକାନ୍ତି ପାଳନ କରିହେବ ।
ତେବେ ପୂର୍ବରୁ ରାଜଧାନୀ ସମେତ ବିଭିନ୍ନ ସହରରେ ଧର୍ମାନୁଷ୍ଠାନ ଗୁଡିକ ବନ୍ଦ କରାଯାଇଛି । କେବଳ ସ୍ୱଳ୍ପ ସଂଖ୍ୟକ ପୂଜକ ଠାକୁରଙ୍କ ନୀତିକାନ୍ତି ସଂପନ୍ନ କରିବେ । ଶ୍ରଦ୍ଧାଳୁମାନଙ୍କ ପାଇଁ ଏବେ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିଛି ।
ତେବେ ଦର୍ଶନ ବନ୍ଦ ରହିଲେ ବି ରଥ ନିର୍ମାଣ ପ୍ରକ୍ରିୟା ଚାଲୁ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି । ଟ୍ୱିଟ ଜରିଆରେ ମନ୍ଦିର ପ୍ରଶାସନ ଏହି ସୂଚନା ପ୍ରଦାନ କରିଛନ୍ତି । ପରମ୍ପରା ଅନୁସାରେ ରଥ ନିର୍ମାଣ ପ୍ରକ୍ରିୟା ଚାଲୁ ରହିବ । ସେବାୟତଙ୍କ ପାଇଁ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ହେବ । ଚନ୍ଦନ, ସ୍ନାନ ଓ ରଥ ଯାତ୍ରା ପାଇଁ ପର୍ଯ୍ୟାପ୍ତ ମାସ୍କ, ସାନିଟାଇଜର ମଧ୍ୟ କିଣାଯିବ ।