17.1 C
Bhubaneswar
Monday, November 25, 2024
Homeଓଡିଶାରଥଖଳାରୁ ଚାଲିଛି ତୁମ୍ବ ନିର୍ମାଣ କାର୍ଯ୍ୟ, ୭୮ଜଣ ସେବକ ଓ ସହାୟକ ନିୟୋଜିତ

ରଥଖଳାରୁ ଚାଲିଛି ତୁମ୍ବ ନିର୍ମାଣ କାର୍ଯ୍ୟ, ୭୮ଜଣ ସେବକ ଓ ସହାୟକ ନିୟୋଜିତ

ପୁରୀ : ଆଜି ରଥଖଳାରେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ୭୮ଜଣ ସମ୍ପୃକ୍ତ ସେବକ । ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ସେମାନଙ୍କ ମଧ୍ୟରେ ୩୬ଜଣ ମହାରଣା, ୪ଜଣ କରତି ସେବକ, ୨୪ଜଣ ଭୋଇ ସେବକ, ଜଣେ ତୁମ୍ବ ବିନ୍ଧ କାରୀଗର, ୧୨ଜଣ ଓଝା ମହାରଣା ଓ ରଥ ନିର୍ମାଣକାରୀଙ୍କୁ ପିଇବା ପାଣି ଯୋଗାଇବା ପାଇଁ ଜଣେ ସହାୟକ ଅନ୍ତର୍ଭୁକ୍ତ । ବୁଧବାର ଦିନ ତାଳଧ୍ୱଜ ରଥର ୬ଟି ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ ହୋଇଥିବା ବେଳେ ମହାରଣାମାନଙ୍କ ଦ୍ୱାରା ୫ଟି ତୁମ୍ବ ବାରିଶିରେ ହଣାଯିବା ବେଳେ ଜାରି ରହିଛି । ବାକି ୩ଟି ତୁମ୍ବ କଟାଯାଇ ସେଥିରେ ଗୋଲାକାର କୁଆଁର ମାପ ଚିହ୍ନ ଦିଆଯିବା କାର୍ଯ୍ୟ ବାକି ରହିଛି ।

ଦେବୀ ସୁଭଦ୍ରାଙ୍କ ରଥ ପାଇଁ ୧୨ଟି ତୁମ୍ବ ମଧ୍ୟରୁ ୭ଟି ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ ହୋଇ ଆଉ ୫ଟିର ନିର୍ମାଣ କାର୍ଯ୍ୟ ଚାଲିଛି । ସେହିପରି ନନ୍ଦିଘୋଷ ରଥ ପାଇଁ ଆବଶ୍ୟକ ୧୬ଟି ତୁମ୍ବ ମଧ୍ୟରୁ ୯ଟି ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ୬ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଆଉ ଗୋଟିଏ ତୁମ୍ବ କଟାଯିବା ପାଇଁ ବାକି ଅଛି । ରଥଖଳାରେ ଏସବୁ କାର୍ଯ୍ୟ ଚାଲିଥିବା ବେଳେ ଦୋଳବେଦୀ ପରିସରରେ ଓଝା ମହାରଣାମାନେ ଅରକଣ୍ଟା ନିର୍ମାଣରେ ଲାଗିଛନ୍ତି । ବୁଧବାର ଦିନ କାମ ଶେଷ ହେବା ବେଳକୁ ୨୫ ଗଣ୍ଡାରୁ ଅଧିକ ଅରକଣ୍ଟା ତିଆରି ସରିଥିବା ବେଳେ ୧୦୦ରୁ ଅଧିକ ଅରକଣ୍ଟା ପ୍ରସ୍ତୁତି ପାଇଁ ଲୁହାଛଡ଼ କଟାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking